ଗ୍ରାମ ବିଦ୍ୟୁତ ନାହିଁ : ପାଠପଢା ବିଧାପ୍ରାପ୍ତ

୨୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା କିଛି ଗ୍ରାମରେ ଗାଁରେ ନାହିଁ ବିଦ୍ୟୁତ ସେବା ଫଳରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ପାଠପଢା ବାଧାପ୍ରାପ୍ତ ହେଉଛି । ଏଭଳି ସମସ୍ୟା ଭୋଗୁଛନ୍ତି । ମୋହନା ବ୍ଳକ ବାଡେଗୁଡା ପଞ୍ଚାୟତ ବୁଢାକୁଆ ଗାଁରେ । ଏହି ଗ୍ରାମରେ ପ୍ରାୟ ୧୨ ଆଦିବାସୀ ପରିବାର ବସବାସ କରୁଥିବା ପରିବାର ନିଜ ଟଙ୍କାରେ ସୋଲାର ଲାଇଟ୍ ବ୍ୟବହାର କରୁଥିବା ବେଳେ ଆଉ କିଛି ପରିବାର କ୍ୟାଣ୍ଡେଲ ଜାଳି ରାତ୍ରିଯାପନ କରୁଛନ୍ତି । ଗାଁରେ ଆଲୁଅ ବ୍ୟବସ୍ଥା ନ ଥିବରୁ ପିଲାଙ୍କୁ ପାଠପଢା ବାଧାପ୍ରାପ୍ତ ହେଆ ।

ଗାଁର ବିଦ୍ୟୁତ ସଂଯୋଗୀକରଣ ଯାଇଁ ଗ୍ରାମବାସୀ ଅବଡାସ୍ଥିତ ଟାଟା ପାଓ୍ବାର୍ ବିଭାଗୀୟ ଅଧିକାରୀଙ୍କୁ ବହୁବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ଆଜିଯାଏ ଗାଁରେ ବିଦ୍ୟୁତ ସଯୋଗୀକରଣ ହୋଇପାରି ନାହିଁ । ଗ୍ରାମବାସୀ ନିଜ ଟଙ୍କା ଖଚ୍ଚ କରି ବିଦ୍ୟୁତ ଖୁଣ୍ଟ ପୋତିଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଦେଖା ନାହିଁ । ଏନେଇ ବିଦ୍ୟୁତ ବିଭାଗ ଯନ୍ତୀ ସନ୍ତୋଷ କୁମାର ସାହୁ କହିଛନ୍ତି ଯେଉଁ ସବୁ ଗାଁରେ ବିଦ୍ୟୁତ ସଂଯୋଜକରଣ ହୋଇନାହିଁ ସେ ସବୁ ଗାଁର ତାଲିକା ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇଛି । ଶ୍ରୀଘ୍ର ଗ୍ରାମରେ ବିଦ୍ୟୁତ ସଯୋଗକରଣ କରାଯିବ ବୋଲି କହିଛନ୍ତି ।

Exit mobile version