ଆର,ଉଦୟଗିରି ବ୍ଳକରେ ଚାଲିଥିବା ଦୁର୍ନୀତି, ଭ୍ରଷ୍ଟାଚାର ବିରୋଦ୍ଧରେ ବିଜେପିର ଆର,ଉଦୟଗିରି ବ୍ଳକ ଘେରାଉ

୨୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି  :-> ଓଡ଼ିଶା ବିଜେପି ର ଆହ୍ଵାନ ରେ ଆର,ଉଦୟଗିରି ଗୁରୁବାର ବିଜେପି ପକ୍ଷରୁ ବ୍ଲକ ଘେରାଉ l ଆଂଚଳିକ ଗାଁ ରୁ ଆସିଥିବା ଦାବି, ରାଜ୍ଯ ବିଜେପି ଦାବିପତ୍ର ସହିତ ଅଞ୍ଚଳର ୧୩ ଦଫା ସମ୍ବଳିତ ଦାବି ରାଜ୍ୟପାଳ ଙ୍କ ଉଦ୍ଦେଶ୍ଯ ରେ ଆର, ଉଦୟଗିରି କ୍ଲର୍କ ଙ୍କୁ ପ୍ରଦାନ କରିଛନ୍ତି l ରାଜ୍ଯ ସରକାର ଙ୍କ ଦୁର୍ନତୀ, ଭ୍ରଷ୍ଟାଚାର, ପିସି କାରବାର, ବ୍ୟଭିଚାର ବିରୁଦ୍ଧରେ ବିଭିନ୍ନ ନାରା ଦେଇ ସ୍ତାନୀୟ ହାଟପଦା ଠାରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ଆର,ଉଦୟଗିରି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l

ଆର, ଉଦୟଗିରି ବ୍ଲକ କୁ ମରୁଡି ଅଞ୍ଚଳ ଭାବେ ଘୋଷଣା କରିବା, ପ୍ରକୂତ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରିବା, ଆର,ଉଦୟଗିରି ବ୍ଲକ ରେ ପି ସି କାରବାର ବନ୍ଦ କରିବା, ବୃଦ୍ଧ ବୃଦ୍ଧା ଙ୍କୁ ଭତ୍ତା ୩୦୦୦ କରିବା, ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ଙ୍କ ପଲ୍ଲୀ ସଭା ଗ୍ରାମସଭା ସାମ୍ବିଧାନିକ ବଜାଇ ରଖିବା, ଛେଳିଗଡ ଜଳପ୍ରକଳ୍ପରେ ବିସ୍ଥାପିତ ମାନଙ୍କୁ ଉଚିତ୍ ମୂଲ୍ୟ ଦେବା ସହିତ ଥଇଥାନ ବ୍ୟବସ୍ଥା କରାଯାଉ ,

ବିସ୍ଥାପିତ ମାନଙ୍କୁ ୨୪ଟା ଦାବିକୁ ଗ୍ରହଣ କରାଯାଉ , ଶଆର,ଉଦୟଗିରି ବ୍ଳକ ଶିଆଳିଲଟି ଗ୍ରାମ ପଞ୍ଚାୟତ ଥିବା ମାଙ୍କଡଡିଆ ଜଳପ୍ରପାତକୁ ପର୍ଯ୍ୟଟନସ୍ଥଳିର ମାନ୍ୟତା ଦିଆଯାଉ , ଛେଳାଗଡ ଗ୍ରାମ ପଞ୍ଚାୟତର ଗଡର ଗ୍ରାମର ଚାଷଜମିକୁ ଉଠା ଜଳସେଚନ ଯୋଗାଇ ଦିଆଯାଉ, ଆଦିବାସୀ ମାନଙ୍କ ଜମିଜମା ବିକ୍ରୟ ସମନ୍ଧିତ ରାଜ୍ୟ କ୍ୟାବିନେଟ୍ର ସୁପାରିଶକୁ ପ୍ରତ୍ୟାହାର କରାଯାଉ,

ଝାଡରଣ୍ଡିବା ଗ୍ରାମରୁ ମହେନ୍ଦ୍ରଗଡ PWD ତିବତୀଆନ କଲୋନୀକୁ ପ୍ରଧାନମନ୍ତୀ ଗ୍ରାମ୍ୟ ସଡକ ଯୋଜନାରେ ଆନ୍ତର୍ଭୂକ୍ତ କରାଯାଉ ଓ ଆର,ଉଦୟଗିରି ବ୍ଳକ ସଦମୋହକୁମାରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ କରାଯାଉ ଭଳି ଅନେକ୍ ଦାବି କରିଥିଲେ l କାର୍ଯ୍ୟକ୍ରମ ରେ ରାଜ୍ଯ ଓବିସି ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର କୁମାର ବେହେରା, ଜିଲ୍ଲା ସଂଯୋଜକ କାମଦେବ ବଡ଼ ନାୟକ, ଜିଲ୍ଲା ଅନୁସୂଚିତ ଜନଜାତି ସଭାପତି ପ୍ରଦିପ କୁମାର ହରିଚନ୍ଦ୍ର, ଆର,

ଉଦୟଗିରି ମଣ୍ଡଳ ସଭାପତି ଅମ୍ବିକା ପ୍ରଶାଦ ଘଡେଇ , ରାମଗିରି ମଣ୍ଡଳ ସଭାପତି ମହେଶ୍ବର ନାୟକ, ନୁଆଗଡ ବ୍ଳକ ମଣ୍ଡ ସଭପତି ମନୋଜ କୁମାର ପାଇକ, ରାମଗିରି ଜିଲ୍ଲାପରିଷଦ ସଭ୍ୟ ଦଣ୍ଡପାଣି ଯୁଧିଷ୍ଠିର ବଡମୁଣ୍ଡି, ଭୂଷଣ ପୂଜାରୀ, ରଞ୍ଜନ ପ୍ରଧାନ, ଟୁନା ଗୌଡ, ସଞ୍ଜୟ ପତି, କାଳିଆ ପ୍ରଧାନ ଓ ସଂଗ୍ରାମ ସମିତି ସଭାପତି ଚୈତନ୍ୟ ସାହୁ ପ୍ରମୂଖ ଶତାଧିକ ମହିଳା ପୁରୁଷ କର୍ମୀ ଉପସ୍ଥିତ ଥିଲେ l

Exit mobile version