ଆସନ୍ତା ନଭେମ୍ବର ୨୫ରେ ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିର ଷଷ୍ଠ ସମାବର୍ତ୍ତନ ଉତ୍ସବ

୩ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିର ଷଷ୍ଠ ସମାବର୍ତ୍ତନ ଉତ୍ସବ ଭୁବନେଶ୍ୱରସ୍ଥିତ ଗୋଠପାଟଣା କ୍ୟାମ୍ପସ୍‌ରେ ୨୫ ନଭେମ୍ବର ୨୦୨୩ ରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମାବର୍ତନ ଉତ୍ସବରେ ୬୮ ଜଣ ସ୍ନାଲୋକତ୍ତର ଏବଂ ୧୩୪ ଜଣ ସ୍ମାରକ ଛାତ୍ରଛାତ୍ରୀଙ୍କୁ ମ୍ୟାନେଜମେଣ୍ଟ, କମ୍ୟୁନିକେଶନ୍, କମର୍ସ, ସୋସିଆଲ ସାଇନ୍ସ ଏବଂ ଲ ଡ଼ିଗ୍ରୀ ପ୍ରଦାନ କରାଯିବ। ଏହି ଅବସରରେ ଦୁଇ ଜଣ ବିଶିଷ୍ଟ ବ୍ୟକ୍ତି ଏସ୍.ପି ଶୁକ୍ଳା,

କାର୍ଯ୍ୟନିର୍ବାହୀ ସଦସ୍ୟ ତଥା ଚିଫ୍ ବ୍ରାଣ୍ଡ୍ ଅଫିସର, ପ୍ରେସିଡେଣ୍ଟ, ଡିଫେନ୍ସ– ମହିନ୍ଦ୍ରା ଗ୍ରୁପ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଉପରେ ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିର ସମ୍ମାନଜନକ ଡି ଲିଟ୍ ଉପାଧ୍ ପ୍ରଦାନ କରାଯିବ। ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିର ଅଧ୍ୟକ୍ଷା ଜୟଶ୍ରୀ ମୋହତା ଏହି କାର୍ଯ୍ୟକ୍ରମରେ ଅଧ୍ଯକ୍ଷତା କରିବେ। ଏଥୁରେ ବୋର୍ଡ ଅଫ୍ ଗଭର୍ଣର୍ସ ଏବଂ ବୋର୍ଡ ଅଫ୍ ମ୍ୟାନେଜମେଣ୍ଟର ସଦସ୍ୟଗଣ, ଫାକଲ୍ଟି, ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ସାମିଲ ହେବେ।

ବିଭିନ୍ନ ବିଭାଗରେ ଟପ୍ସର ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ । ଏହି ସମାବର୍ତନ ଉତ୍ସବ ୟୁନିଭର୍ସିଟି ପାଇଁ ଏକ ମହତ୍ଵପୂର୍ଣ ମାଇଲଖୁଣ୍ଟ ଅଟେ, ଯାହା କେବଳ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଉତ୍କର୍ଷତା ନୁହେଁ ବରଂ ଏକ ଶିକ୍ଷଣୀୟ ପରିବେଶ ପାଇଁ ଅନୁଷ୍ଠାନର ଅଦମ୍ୟ ପ୍ରତିବଦ୍ଧତାକୁ ଦର୍ଶାଉଛି। ୨୦ ୨୩ ଶିକ୍ଷା ବର୍ଷରେ, ବିଶେଷ କରି ମ୍ୟାନେଜମେଣ୍ଟ ପାଠ୍ୟକ୍ରମରେ ସାରା ଦେଶରେ ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି ନିଜର ପାରଦର୍ଶିତାକୁ ଦର୍ଶାଇଛି । ଛାତ୍ରଛାତ୍ରୀମାନଙ୍କ ସଫଳତା ପାଇଁ ୟୁନିଭର୍ସିଟି ଗର୍ବିତ ବୋଲି କୁଳପତି ପ୍ରଫେସର ପି.ପି.ମାଥୁର କହିଛନ୍ତି ।

ବୃଦ୍ଧି ପାଉଥିବା ଚାହିଦା ଓ ବଦଳୁଥୁବା ଶିକ୍ଷାଗତ ପଦ୍ଧତିକୁ ଦୃଷ୍ଟିରେ ରଖି ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି ୨୦୨୪ ଶିକ୍ଷା ବର୍ଷରେ କିଛି ନୂତନ ପାଠ୍ୟକ୍ରମ ଆରମ୍ଭ କରିବାକୁ ସ୍ଥିର କରିଛି । ନୂତନ ଶିକ୍ଷାନୀତି ଆଧାରରେ ଏମ୍ବିଏ ଇନ୍ କମ୍ୟୁନିକେଶନ୍ ଆଣ୍ଡ୍ ମିଡିଆ ମ୍ୟାନେଜମେଣ୍ଟ ଏବଂ ଏମ୍‌ବିଏ ଇନ୍ ଫାଇନାନ୍ସସିଆଲ ଆନାଲିଟିକ୍ସ ପାଠ୍ୟକ୍ରମ ନୂତନ ଶିକ୍ଷା ବର୍ଷରେ ଆରମ୍ଭ କରାଯିବାର ଯୋଜନା ରହିଛି। ରେଜିଷ୍ଟ୍ରାର ବି.କେ ଦାସ ଗଣମାଧ୍ଯମ ପ୍ରତିନିଧୁମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମଧ୍ୟ ଅନୁରୋଧ କରିଥିଲେ। ପ୍ରଫେସର ଜ୍ଞାନ ରଞ୍ଜନ ମିଶ୍ର ଏହି ପ୍ରେସ୍ ମିଟ୍‌ର ପରିଚାଳନା କରିଥିଲେ।

Exit mobile version