Home ଓଡ଼ିଶା ନିଉଷ୍ଟାର ବିଜ୍ଞାନ ମହାବିଦ୍ୟାଳୟରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ମୂଖ୍ୟ ବକ୍ତା : ସରକାର ଙ୍କ ଶିକ୍ଷାନୀତି ଅନୁସାରେ ଛାତ୍ରଛାତ୍ରୀ ନିଜକୁ କିପରି ପରୀକ୍ଷା ପାଇଁ ପ୍ରସ୍ତୁତ କରିବେ ସେ ବିଷୟରେ ମୂଖ୍ୟ ବକ୍ତା ଅବଗତ କରାଇଥିଲେ । ୨୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା ଜିଲ୍ଲା/ପୁବୁସାହି :-> ଖୋର୍ଦ୍ଧା ଜିଲ୍ଲା ପୁବୁସାହି ସ୍ଥିତ ନିଉଷ୍ଟାର ବିଜ୍ଞାନ ମହାବିଦ୍ୟାଳୟ ରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟିରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ର ସମସ୍ତ ପ୍ରଥମ ବର୍ଷ ର ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ କରାଯାଇଥିଲା । ଏଥିସହିତ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ବିଭିନ୍ନ ନୃତ୍ୟ ଗୀତ ର କାର୍ଯ୍ୟକ୍ରମ ସହିତ ସୁନ୍ଦର ସୁନ୍ଦର ନାଟକ ପରିବେଷଣ କରାଯାଇଥିଲା । କଲେଜ୍ କୁ ଆସିଥିବା ପ୍ରଥମ ବର୍ଷ ର ଛାତ୍ରଛାତ୍ରୀ ଙ୍କୁ ତାଙ୍କ ବଡ ଭାଇଭଉଣୀ ମାନେ ଟୀକା ଲଗାଇ ଫୁଲ ଗୁଚ୍ଛ ପ୍ରଦାନ କରି ଉପହାର ସ୍ୱରୂପ ଖାତା , ପେନ୍ ଇତ୍ୟାଦି ଭେଟି ଦେଇଥିଲେ । ଏହା ସହିତ ନୂତନ ଛାତ୍ର ଛାତ୍ରୀ ଙ୍କ ବିଭିନ୍ନ ମନୋରଞ୍ଜନ ମୂଳକ କାର୍ଯ୍ୟକ୍ରମ ପରିବେଷଣ କରାଇ ପରସ୍ପର ସିନିୟର ଓ ଜୁନିୟର ମଧ୍ୟରେ ନିବିଡ ସମ୍ପର୍କ କୁ ପ୍ରତିପାଦନ କରାଇଥିଲେ । ଏହି ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଟିରେ ମଞ୍ଚାସିନ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାର ଙ୍କ କୃଷି ଶିଳ୍ପ ନିଗମର ଉପାଧକ୍ଷ , ବରିଷ୍ଠ ଆଇନଜିବୀ ତଥା ନିଉଷ୍ଟାର କଲେଜ ଉପଦେଷ୍ଟା ଡ. ସନ୍ତୋଷ କୁମାର ବେଜ୍ ଓ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ୍ , ଦାର୍ଶନିକବିତ୍ ତଥା ନୟାଗଡ଼ ୟୁନିଟେକ୍ ରେସିଡେନ୍ସିଆଲ ହାଇୟର ସେକେଣ୍ଡାରୀ ସ୍କୁଲର ଚେୟାରମ୍ୟାନ ଶ୍ରୀଯୁକ୍ତ ପ୍ରଦୀପ କୁମାର ପୃଷ୍ଟି , ସମ୍ମାନିତ ଅତିଥି ଭାବେ ଅଲ୍ ଓଡ଼ିଶା ସେଲ୍ଫ ଫାଇନାନ୍ସିଙ୍ଗ ହାଇଅର ସେକେଣ୍ଡାରୀ ସ୍କୁଲ ଆସୋସିଏସନର ସଭାପତି ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ଦାସ , ସମ୍ମାନିତ ଅତିଥି ରୂପେ ରାଜନୀତିଜ୍ଞ ପୁବୁସାହି ପଞ୍ଚାୟତ ସମିତିସଭ୍ୟ ଶ୍ରୀ ପ୍ରମୋଦ କୁମାର ସ୍ବାଇଁ , କଲେଜର ପ୍ରିନ୍ସପାଲ୍ ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ , ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ସାହୁ , ରସାୟନ ବିଜ୍ଞାନ ବିଭାଗ ର ବରିଷ୍ଠ ପ୍ରାଧ୍ୟାପକ ଲକ୍ଷ୍ମୀଧର ସାହୁ ଓ ସନ୍ଦୀପ କୁମାର ଚାନ୍ଦ , ଆଇଟି ବିଭାଗର ଅଧ୍ୟାପକ ଆଶୁତୋଷ ସୁବୁଦ୍ଧି ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ଉପସ୍ଥିତ ଅତିଥି ମାନଙ୍କର ଅଭିଭାଷଣ ଛାତ୍ର ଛାତ୍ରୀ ଙ୍କୁ କିଛି ପ୍ରେରଣା ପ୍ରଦାନ କରିବା ସହ ବହୁତ କିଛି ଶିକ୍ଷା ଦେଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଅଧ୍ୟାପିକା ସିପ୍ରା ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଅଧ୍ୟାପିକା ସୋନାଲି ମହାରଣା ମଞ୍ଚ ପରିଚାଳନା କରିଥିଲେ । ଅଧ୍ୟାପିକା ସସ୍ମିତା ବରାଳ ଓ ସମୀକ୍ଷା ପାଠକ ଙ୍କ ଅଧ୍ୟକ୍ଷତା ରେ ଅତିଥି ଙ୍କ ଦ୍ଵାରା କଲେଜ୍ ରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଓ ସେମିନାର , ମିସ୍ ଫ୍ରେଶର ଏବଂ ମିଷ୍ଟର ଫ୍ରେଶର ଆୱାର୍ଡ଼ ଇତ୍ୟାଦି ପ୍ରଦାନ କରାଯାଇଥିଲା । ପରେ ପ୍ରିନ୍ସପାଲ୍ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଶ୍ରୀଯୁକ୍ତ ଚିତ୍ତ ରଞ୍ଜନ ସାହୁ ଓ ଅଧ୍ୟାପିକା ସୋନାଲି ମହାରଣାଙ୍କ ନେତୃତ୍ବରେ ମଞ୍ଚରେ ନୃତ୍ୟ ଗୀତ ଓ ଶିକ୍ଷଣୀୟ ନାଟକ ଗୁଡ଼ିକ ପରିବେଷଣ କରାଯାଇଥିଲା । କଲେଜର ଅଧ୍ୟାପକ ଚୈତନ୍ୟ ନାୟକ , ସୁନୀଲ କୁମାର ସାହୁ , ଆଡମିନଷ୍ଟ୍ରେଟର ତ୍ରିନାଥ ସ୍ବାଇଁ , ଅଧ୍ୟାପିକା ସ୍ଵର୍ଣ୍ଣପ୍ରଭା ମହାରଣା , ସଂଘମିତ୍ରା ପାଲଟାସିଂ , ବିଷ୍ଣୁ ପ୍ରିୟା ଜଗଦେବ , ଲୋପାମୁଦ୍ରା ଦାସ , ସବ୍ୟସାଚି ତନୟା , ଅର୍ପିତା ସିହ୍ନା ଓ ଅଫିସ୍ କର୍ମକର୍ତ୍ତା ମଧ୍ୟରେ ରାମଚନ୍ଦ୍ର ମହାରଣା , ମାନସ ରଞ୍ଜନ ପଣ୍ଡା , ଅଭିରାମ ସାହୁ , ନବ କିଶୋର ସ୍ବାଇଁ , ଜିତେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମନୋରଞ୍ଜନ, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ରାଜ୍ୟ ଗାଁସାଥୀ (ମେଟ) ମଜଦୂର ସଂଘ ଗଜପତି ଜିଲ୍ଲା ଶାଖାର ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ସହରରେ ଘର ଭାଙ୍ଗି ଚୋରି ମାମଲାର ଅଭିଯୁକ୍ତ ଗିରଫ, ୨ଟି ମୋବାଇଲ ଓ ଚୋରି ମୋଟରସାଇକେଲ ଉଦ୍ଧାର by Proprietor Abhimanyu Maharana September 13, 2026 ପଞ୍ଚମା ସ୍ଥିତ ସିଦ୍ଧ ବିନାୟକ ଙ୍କ ପୀଠରେ "ଶ୍ରୀ ବିନାୟକ ପର୍ବ" ପୂଜା ଉତ୍ସବ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 13, 2026 ଗୋସାଇଁନୂଆଗାଁ ନେହୁର ନଗର ଦୁର୍ଗା ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 12, 2026