ବିଜୁ ଜନତା ଦଳର ବିଶାଳ କର୍ମୀ ସମ୍ମିଳନୀ – ଯୋଡା ବ୍ଲକ

୨୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଯୋଡା :-> ଯୋଡା ବ୍ଲକ ଅନ୍ତର୍ଗତ ବଡ କାଳୀମାଟି ପଞ୍ଚାୟତରେ ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତଙ୍କ ନେତୃତ୍ବରେ ବିଜୁ ଜନତା ଦଳର ଏକ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ସମେତ ବିଶିଷ୍ଟ ସମାଜ ସେବୀ ବଳଭଦ୍ର ପାତ୍ର ଉପସ୍ଥିତ ରହିଥିଲେ ।

ବିଜୁ ଜନତା ଦଳର ସରକାର କିପରି ପଞ୍ଚାୟତର ସର୍ବାଙ୍ଗୀନ ଉର୍ନ୍ନତୀ କରିପାରିଛି ,ଯେପରି ଶୁଦ୍ଧ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ହେଉ କିମ୍ବା ଶିକ୍ଷା,ସ୍ବାସ୍ଥ୍ୟ ଏବଂ ଗମନାଗମନ କ୍ଷେତ୍ରରେ ଯେଉଁ ଐତିହାସିକ ପରିବର୍ତ୍ତନ ଆସିଛି ତାହା କେବଳ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପାଇଁ ହୋଇଛି

ବୋଲି ସ୍ଥାନୀୟ ବିଧାୟିକା ଶ୍ରୀମତି ମହାନ୍ତ ତାଙ୍କ ଅଭିଭାଷଣରେ ରଖିଥିଲେ ଏବଂ ପଞ୍ଚାୟତ ବାସୀ ଏହିପରି ସମସ୍ତେ ଏକାଠି ହୋଇ ଆଗାମୀ ଦିନରେ ବିଜୁ ଜନତା ଦଳକୁ ଆହୁରୀ ଶକ୍ତିଶାଳୀ କରିବା ପାଇଁ ଶପଥ କରାଇଥିଲେ ।ପରିଶେଷରେ ହଜାର ହଜାର ସଂଖ୍ୟାରେ ଯୋଗ ଦେଇଥିବା ମାଁ ମାଉଁସୀ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇ ନିଜର ବକ୍ତବ୍ୟ ରଖିଥିଲେ ।

Exit mobile version