ଓଡ଼ିଆ ନାଟକ କାରୁବାକୀ ବିଶ୍ୱ ନାଟ୍ୟ ମେଳା ପାଇଁ ମନୋନୀତ

୨୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :->  ଓଡ଼ିଆ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ଙ୍କ ପ୍ରସ୍ତୁତ ଏବଂ ନିର୍ଦ୍ଦେଶିତ ଓଡ଼ିଆ ନାଟକ କାରୁବାକୀ ଆଗାମୀ ଆନ୍ତର୍ଜାତୀୟ ନାଟ୍ୟ ମେଳା ରେ ପ୍ରଦର୍ଶିତ ହେବା ପାଇଁ ମନୋନୀତ ହୋଇଛି। କଳିଙ୍ଗ କନ୍ୟା କାରୁବାକୀ ଙ୍କ ପାଇଁ ସଂଘଟିତ ହୋଇଥିବା କଳିଙ୍ଗ ଯୁଦ୍ଧ ର ପ୍ରୃଷ୍ଠଭୂମିରେ ଲିଖିତ ଏହି ଐତିହାସିକ ନାଟକ ଟିର ପ୍ରଯୋଜନା ରେ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠ,

ଵିରିବାଡି ଥିବା ବେଳେ ବିଭିନ୍ନ ଭୂମିକାରେ କିଶୋରୀ କଳାକାର ଜାନକୀ ପ୍ରଧାନ, ଲକ୍ଷ୍ମୀ ପ୍ରିୟା ରାଉତ, ରଶ୍ମିତା ପାଇକରାୟ,ଯସ୍ମିନ୍ ପ୍ରଧାନ, ସ୍ଵୟଂ ଶ୍ରୀ କ୍ରୀଷ୍ଣା ଚହଟ୍ଟରାୟ ପ୍ରିୟଙ୍କା ପ୍ରଧାନ,ବୈଶାଖୀ ବେହେରା, ଶର୍ମିଷ୍ଠା ବେହେରା,ଲିସି ପ୍ରଧାନ,ସ୍ନେହା ସାହୁ,ରଜନୀ ସାମନ୍ତରାୟ, ସୁଜାତା ପଲେଇ,

ପ୍ରମୁଖ ଅଭିନୟ କରୁଛନ୍ତି। ସଙ୍ଗୀତ ପରିଚାଳନା ରେ ଅଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଗୌରାଙ୍ଗ ଚରଣ ମୁଦୁଲି ଏବଂ କଣ୍ଠଦାନ କରୁଛନ୍ତି ବିଶିଷ୍ଟ ଓଡ଼ିଶୀ ଓ ହିନ୍ଦୁ ସ୍ଥାନୀ ଗୁରୁ ଉମା ମିଶ୍ର । କାର୍ଯ୍ୟକ୍ରମ କୁ ସାମଗ୍ରିକ ଭାବରେ ପରିଚାଳନା ଦାୟିତ୍ୱ ରେ ଅଛନ୍ତି ପ୍ରଧାନ ଶିକ୍ଷକ କୁନା ମହତ୍ତ୍ଵ ।

Exit mobile version