Home ଓଡ଼ିଶା ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ ବୈଠକ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ଚିଲିକା ବ୍ଲକ୍ ଅନ୍ତର୍ଗତ ଗଇନଡା କ୍ଲଷ୍ଟର୍ ସ୍ଥିତ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠ, ଵିରିବାଡି ର ୩ୟ ବିଦ୍ୟାଳୟ ପରିଚାଳନା ସମିତି,ଓ ବିଦ୍ୟାଳୟ ପରିଚାଳନା ଉନ୍ନୟନ ବୈଠକ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ କୁନା ମହତ୍ତ୍ଵ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଚିଲିକା ବ୍ଲକ୍ ସହକାରୀ ଶିକ୍ଷା ଅଧିକାରୀ ଗୀତାଞ୍ଜଳି ନାୟକ -ମୁଖ୍ୟଅତିଥି, ବିଶିଷ୍ଟ ଶିକ୍ଷାବିତ୍ ଓ ସାହିତ୍ୟିକ ଭିକାରୀ ଚରଣ ପ୍ରଧାନ -ମୁଖ୍ୟବକ୍ତା, ସ୍ଥାନୀୟ ସି ଆର୍ ସି ସି ଦେବରାଜ ପରିଡା, ସ୍କୁଲ୍ ପରିଚାଳନା ସମିତି ର ବରିଷ୍ଠ ସଭ୍ୟ ବସୁଦେବ ପ୍ରଧାନ, ସ୍କୁଲ ପରିଚାଳନା ଉନ୍ନୟନ ସମିତିର ବରିଷ୍ଠ ସଭ୍ୟ ଗୋପୀନାଥ ପାଇକରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ୫ଟି ରୂପାନ୍ତରିତ ଏହି ବିଦ୍ୟାଳୟ ର ଶୈକ୍ଷିକ ଓ ଭୌତିକ ବିକାଶ ର ବିଭିନ୍ନ ଦିଗ ଉପରେ ବିଶଦ ଆଲୋଚନା କରି ତୂରନ୍ତ ଅସମ୍ପୂର୍ଣ୍ଣ ପ୍ରକଳ୍ପର ସମାପ୍ତି ଉପରେ ଗୁରୁତ୍ୱାରୋପ କରିବା ସହ ନୂତନ ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ କରିବା ଉପରେ ଧ୍ୟାନ ଦେବାକୁ ଗୋଷ୍ଠୀ ସହାୟତା ଲୋଡ଼ିଥିଲେ। ପ୍ରଧାନଶିକ୍ଷକ ଶ୍ରୀ ମହତ୍ଵ ଏହି ପରିପ୍ରେକ୍ଷୀରେ ସକଳ ଆର୍ଥିକ ସହାୟତା ର ସୁବିନିଯୋଗ ପାଇଁ ଉଭୟ କମିଟି କୁ ଅନୁରୋଧ କରିଥିଲେ। ଏହି ବୈଠକରେ ଯୁଗ୍ମ କମିଟି ର ବହୁ ସଂଖ୍ୟକ ମହିଳା ଓ ପୁରୁଷ ସଭ୍ୟ ସଭ୍ୟା ଯୋଗଦେଇ ସେମାନଙ୍କ ର ଗଠନମୂଳକ ମତାମତ ବିନିମୟ କରିଥିଲେ। ବିଦ୍ୟାଳୟ ର ସହକାରୀ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ସୁଧାଂଶୁ କୁମାର ଦାସ, ଲୋକନାଥ ପାଇକରାୟ, ଶର୍ମିଷ୍ଠା ଦେଈ,ପ୍ରତାପଚନ୍ଦ୍ର ମହାପାତ୍ର ଓ ମୀନା ବାଈ ପ୍ରଧାନ ପ୍ରମୁଖ ଏହି ବୈଠକ ପରିଚାଳନା ରେ ସହାୟତା କରିଥିବା ବେଳେ ଧନ୍ୟବାଦ ପ୍ରଦାନ କରିଥିଲେ ଶିକ୍ଷକ ଅଶୋକ କୁମାର ବେହେରା। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content Odiapreneur 3.0 State-Level Hackathon Inaugurated at IIT Bhubaneswar by Proprietor Abhimanyu Maharana October 1, 2026 ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026