କାର୍ତ୍ତିକ ମାସ ଦଶମୀ ଠାରୁ ଡାହାଳିଆବାଗରୁ ଆରମ୍ଭ ହେଲା ୪୮ ମଣ୍ଡଳ ସଂକୀର୍ତ୍ତନ ଉତ୍ସବ  

୨୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ସଦର ଥାନା ନିକଟରେ ରହିଛି ଡାହାଳିଆବାଗ ଗ୍ରାମ । ଏହି ଗ୍ରାମରେ ପବିତ୍ର ଧର୍ମ ମାସ । କାର୍ତ୍ତିକ ଦଶମୀ ରୁ ଆରମ୍ଭ ହୋଇଥାଏ ୪୮ ମଣ୍ଡଳ ସଂକୀର୍ତ୍ତନ ମହୋତ୍ସବ । ଦୀର୍ଘ ୧୦୨ ଦୁଇ ବର୍ଷ ଧରି ଏହି ଗ୍ରାମରେ ଦଶମୀ ରୁ ୪୮ ମଣ୍ଡଳ ସଂକୀର୍ତ୍ତନ ମହୋତ୍ସବ ଆରମ୍ଭ ହୋଇ ଚୈତ୍ର ପୂର୍ଣ୍ଣମୀର ପରଦିନ ପ୍ରତାପନଗରୀ ସ୍ଥିତ ମା, ଧାକୁଲେଇଙ୍କ ପୀଠରେ ଉଦଯାପିତ ହୋଇଥାଏ ।

ମଙ୍ଗଳବାର ସନ୍ଧ୍ୟାରେ ଡାହାଳିଆବାଗ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ମା, ବଣମାରେଇ ଏବଂ ପ୍ରଭୁ ନୀଳକଣ୍ଠେଶ୍ୱର ମନ୍ଦିର ପ୍ରରିସରେ ପାରମ୍ପରିକ ୪୮ମଣ୍ଡଳର ସଂକୀର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଆଖପାଖ ବିଭିନ୍ନ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ଓଡ଼ଶୀ ସଂକୀର୍ତ୍ତନ ପରିବେଷଣ କରିଥିଲେ ।

୪୮ ସଂକୀର୍ତ୍ତନ ମଣ୍ଡଳର ମହନ୍ତ ବନମାଳୀ ଦାସ ଅସୁସ୍ଥତା ଥିବାରୁ ଉତ୍ସବରେ ଯୋଗ ଦେଇ ପାରିନଥିଲେ । ଡାହାଳିଆବାଗ ଗ୍ରାମ କମିଟିର କର୍ମକର୍ତ୍ତା ମାନେ ଉପସ୍ଥିତ ସଂକୀର୍ତ୍ତନ ମଣ୍ଡଳୀଙ୍କୁ ପୁଷ୍ପ ମାଲ୍ୟ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଗ୍ରାମ୍ୟ କମିଟିର ସଭାପତି ରବିନ୍ଦ୍ର ସ୍ୱାଇଁ , ଉପସଭାପତି ପ୍ରଶାନ୍ତ କୁମାର ପ୍ରଧାନ, ସଂପାଦକ ସୁଶାନ୍ତ କୁମାର ମହାନ୍ତି, ବିଜୟ କୁମାର ସାହୁ, କୈଳାସ ଚନ୍ଦ୍ର ଜେନା ,

ରବି ନାରାୟଣ ମହାପାତ୍ର, କୃଷ୍ଣ ଚନ୍ଦ୍ର ମହାନ୍ତି, ରଘୁପ୍ରସାଦ ଶତପଥୀ,ସନ୍ତୋଷ ପ୍ରଧାନ, ଛବିନ୍ଦ୍ର ମୁଖୀ ,ସୁକାନ୍ତ ଚନ୍ଦ୍ର ଜେନା , ଅଭୟ ନାୟକ, ସଚୀ ଦାସ, ପ୍ରହଲ୍ଲାଦ କର, ପୂର୍ବତନ କର୍ପୋରେଟର କୌଶିକ୍ ଜେନା, ପୁଲିନ ମହାପାତ୍ର, ସୁଶାନ୍ତ ଜେନା, ପାଇକସିହି ଗ୍ରାମ କମିଟିର ସଭାପତି ଦିଲିପ କୁମାର ସ୍ୱାଇଁ, ସଂପାଦକ ନଳୀନ ସେନାପତି ପ୍ରମୁଖ ଉପସ୍ଥିତ ରହିଥିଲେ । ଗ୍ରାମ କମିଟିର ସମସ୍ତ ସଦସ୍ୟ ଯୁବକ ମାନେ ଆୟୋଜିତ ସଂକୀର୍ତ୍ତନ ଉତ୍ସବକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।

Exit mobile version