ଗ୍ରାମୀଣ ଡାକ ସେବକ ମାନଙ୍କର ଅନିର୍ଦ୍ଦିଷ୍ଟ କାଳୀନ ଧର୍ମଘଟ ଡାକରା ବୈଠକ

ଡାକସେବକମାନେ ଆଗାମୀ ଡିସେମ୍ବର ୧୨ ତାରିଖ ଠାରୁ ସେମାନଙ୍କର ଦଶ ଦଫା ଦାବିକୁ ନେଇ ଅନିର୍ଦ୍ଦିଷ୍ଟ କାଳୀନ ଧର୍ମଘଟକୁ ଯିବେ ।

୨୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ଅଖିଳ ଭାରତୀୟ ଗ୍ରାମୀଣ ଡାକ ସେବକ ସଂଘର ଓଡ଼ିଶା ପ୍ରଦେଶ ଶାଖା ତରଫରୁ ଏକ ମିଳିତ ରାଜ୍ୟ କ୍ରିୟାନୁଷ୍ଠାନ କମିଟିର ବୈଠକ ସାଲେପୁର ଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ମିଳିତ କାର୍ଯ୍ୟାନୁଷ୍ଠାନ କମିଟିର ଆହ୍ବାନ କ୍ରମେ ସର୍ବ ଭାରତୀୟ ସ୍ତରରେ ନିଆ ଯାଇଥିବା ନିଷ୍ପତି ଅନୁଯାୟୀ ସମସ୍ତ ଗ୍ରାମୀଣ ଡାକସେବକମାନେ ଆଗାମୀ ଡିସେମ୍ବର ୧୨ ତାରିଖ ଠାରୁ ସେମାନଙ୍କର ଦଶ ଦଫା ଦାବିକୁ ନେଇ ଅନିର୍ଦ୍ଦିଷ୍ଟ କାଳୀନ ଧର୍ମଘଟକୁ ଯିବେ ।

ପ୍ରମୁଖ ଦାବି ମଧ୍ୟରେ ଗ୍ରାମୀଣ ଡାକ ସେବକ ମାନଙ୍କୁ ସରକାରୀ ମାନ୍ୟତା ଓ ପେନସନ୍ ପ୍ରଦାନ, ବରିଷ୍ଠତା ଭିତ୍ତିକ ୧୨,୨୪,୩୬ ବର୍ଷରେ ପଦୋନ୍ନତି,Gratuity ଓ Severance allowance ପାଞ୍ଚ ଲକ୍ଷ ଲେଖାଏଁ,ଗ୍ରାମୀଣ ଡାକ ସେବକମାନଙ୍କୁ ଚିକିତ୍ସା ସୁବିଧା ସହ ସେମାନଙ୍କ ପରିବାରକୁ ଅନ୍ତର୍ଭୁକ୍ତ କରିବା, କମିଶନ୍ ଭିତ୍ତିରେ RPLI ଓ IPPB କୁ କାର୍ଯ୍ୟ ପରିସରଭୁକ୍ତ କରିବା,ବାର୍ଷିକ ୩୦ ଦିନ ହିସାବରେ ଛୁଟିରୁ ୧୮୦ ଦିନର ଛୁଟି ଅବସର ସମୟରେ ପ୍ରଦାନ କରିବା,

ବିଭାଗୀୟ କର୍ମଚାରୀଙ୍କ ପରି SDBS ର ଦେୟ ୩୦୦ ଟଙ୍କା ପରିବର୍ତ୍ତେ ମୂଳ ଦରମାର ୧୦% କାଟିବାର ସୁଯୋଗ ଦେବା , ପ୍ରଶାସନିକ ଅଧିକାରୀଙ୍କର ଅଲ୍ଲିଖିତ ନିର୍ଦ୍ଦେଶ ରେ ଟାର୍ଗେଟ ଚାପ ପ୍ରୟୋଗ ବନ୍ଦ କରିବା ଆଦି ଦାବିକୁ ନେଇ ସମସ୍ତ ଗ୍ରାମୀଣ ଡାକ ସେବକମାନେ ସାମିଲ ହେଉଥିବାରୁ ସାରା ଭାରତରେ ଡାକ ବିଭାଗର ୮୦% କାର୍ଯ୍ୟ କରୁଥିବା ଶାଖାଡାକଘର ଗୁଡ଼ିକ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସଂପୂର୍ଣ୍ଣ ବନ୍ଦ୍ କରିବାପାଇଁ ନିଷ୍ପତି ନିଆଗଲା ।

ଅଖିଳ ଭାରତୀୟ ଗ୍ରାମୀଣ ଡାକ ସେବକ ସଂଘର ରାଜ୍ୟ ସମ୍ପାଦକ ହିମାଂଶୁ ଶେଖର ଦାସ ଙ୍କ ଆଭାହକତ୍ଵରେ ଜାତୀୟ ଗ୍ରାମୀଣ ଡାକସେବକ ସଂଘର ରାଜ୍ୟ ସମ୍ପାଦକ ଗୌତମ ଦାସ ଅଧ୍ୟକ୍ଷତା କରିଥିଲେ। ଉକ୍ତ ବୈଠକ ରେ କେନ୍ଦ୍ରାପଡ଼ା ମଣ୍ଡଳ ସମ୍ପାଦକ ବିଜୟ କୁମାର ଦାସ, ସଭାପତି ବଳରାମ ସାହୁ,ସାଙ୍ଗଠନିକ ସମ୍ପାଦକ ସୁରଜ ମହାନ୍ତି , ସାଙ୍ଗଠନିକ ସମ୍ପାଦକ ବିପିନ ତରେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସର୍ବଶେଷରେ କଟକନଗର ମଣ୍ଡଳ ସମ୍ପାଦକ କମଲ୍ ରାଜା ଖାଁନ୍ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।


 

Exit mobile version