
ଓଡିଶା ତାଜା ନ୍ୟୁଜ୍ (୧୫ଜୁଲାଇ୨୦୨୦,ବୁଧବାର ) ଭୁବନେଶ୍ୱର :- ସର୍ବଶେଷ ସ୍ୱାସ୍ଥ୍ୟ ସୂନା – ୧୫ ଜୁଲାଇ ୨୦୨୦ରେ ଓଡ଼ିଶାରେ ରେକର୍ଡ ସଂଖ୍ୟକ ୬୧୨ ଜଣ କୋଭିଡ୍ ରୋଗୀ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ୧୦ ହଜାର କୋଭିଡ୍ ରୋଗୀ ସୁସ୍ଥ ହେବାର ମାଇଲ୍ ଖୁଣ୍ଟ ସ୍ଥାପନ ହୋଇଛି । ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୩,୫୩,୮୨୪ ଟି ନମୁନା କୋଭିଡ୍-୧୯ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୪,୮୯୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୦,୪୭୬ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି । ୭୭ ଜଣ କୋଭିଡ୍-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୪,୩୨୧ ରହିଛି । ୪,୯୩୩ ଜଣ ହସ୍ ପିଟାଲ୍ ଆଇସୋଲେସନ୍ରେ ରହିଛନ୍ତି ।
