ଫାର୍ମ ମେକାନିଜିମ ସଚେତନତା ଶିବିର ଅନୁଷ୍ଠିତ

୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଟାଙ୍ଗୀ :-> ରାଜ୍ୟ ସରକାର କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସଦା ସର୍ବଦା ଦେଉଛନ୍ତି ପ୍ରାଧାନ୍ୟ.ଏଥିପାଇଁ ବିଭିନ୍ନ ଯୋଜନା ମାନ ତିଆରି କରି ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ଯେଭଳି ଭାବେ ଚାଷୀଙ୍କର ଉନ୍ନତି ହେବା ସହ ସେମାନଙ୍କର ରୋଜଗାର ଦୁଇ ଗୁଣ ବୃଦ୍ଧି ପାଇ ପାରିବ କୁଏଥିପାଇଁ ଟାଙ୍ଗୀ କୃଷି କାର୍ଯ୍ୟାଳୟ ପକ୍ଷରୁ ଫାର୍ମ ମେକାନିଜିମ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଅଛି ।

ଏହି ଶିବିରରେ ଟାଙ୍ଗୀ ବ୍ଲକର 26 ଟି ପଞ୍ଚାୟତ୍ରରୁ ଶତାଧିକ ମହିଳା ଚାଷୀ ଯୋଗ ଦେଇଥିଲେ.।ଏହି ଅବସରରେ ପରମ୍ପରିକ ହଳ ଲଙ୍ଗଳ ଚାଷକୁ ଛାଡି କମ ସମୟ ମଧ୍ୟରେ କିଭଳି ଯନ୍ତ୍ର ମାଧମରେ କୃଷି କାର୍ଯ୍ୟ ଜରାଯାଇ ପାରିବ ସେ ନେଇ ସଚେତନ କରାଯାଥିଲା। ରାଜ୍ୟ ସରକାର କୃଷି ଯନ୍ତ୍ରପାତିରେ ରିହାତି ପ୍ରଦାନ କରୁଥିବା ବିଷୟରେ ମଧ୍ୟ୍ୟ ସଚେତନ କରିଥିଲେ ଉପସ୍ଥିତ କୃଷି ଅଧିକାରୀ ମାନେ ।

ଏହା ସହ ଏହି ଶିବିରରେ ଟାଙ୍ଗୀ ବ୍ଲକର ବହୁ କୃଷକ ଭାଇ ମାନେ ଯୋଗ ଦେଇଥିଲେ।ଏହି ଅବସରରେ ରାଜ୍ୟ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ 6 ଟି ଡିଲର ସେମାନଙ୍କର ହଳ ଲଙ୍ଗଳ. ଧାନ ଅମଳ ମେସିନ.ପାଣି ପମ୍ପ. ଧାନ କଟା ଯନ୍ତ୍ର. ଗହମ ପେସା ଯନ୍ତ୍ର ଆଦିର ପ୍ରସର୍ଶନ କରିଥିଲେ. ଯାହାଦ୍ୱାରା କି ଚାଷୀ ମାନେ ଏହାର ସହଜ ଲାଭ ଉଠାଇ ପାରିବେ ସ୍ୱାବଲମ୍ବି ହୋଇ ପାରିବେ।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କୃଷି ଅଧିକାରୀ ପ୍ରସନ୍ନ କୁମାର ମିଶ୍ର. ସହକାରୀ କୃଷି ଅଧିକାରୀ ଯାଜ୍ଞସେନୀ ନାୟକ. ବ୍ଲକ କୃଷି ଅଧିକାରୀ ପଦ୍ମଜା ପଟନାୟକ।କୃଷି ଯନ୍ତ୍ରୀ ଅଭୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଚାଷୀ ମାନଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମ ରେ କୃଷି କ୍ଷେତ୍ର କର୍ମଚାରୀ ପ୍ରତାପ କୁମାର ସାହୁ ସହଯୋଗ କରିଥିଲେ ।

 

Exit mobile version