ଯୁବକ କୁ ଅପହରଣ ଅଭିଯୋଗ ରେ ୩ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ

୧ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ :-> ଯୁବକ କୁ ଅପହରଣ କରିଥିବା ଅଭିଯୋଗ ରେ ପାଟଣାଗଡ଼ ପୁଲିସ ୩ ଜଣ କୁ ଅଭିଯୁକ୍ତ ଙ୍କ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି | ଗିରଫ ଅଭିଯୁକ୍ତ ମାନେ ହେଲେ ଲାଠୋର ଗାଁର ତୁଳସୀ ରଣା ଖପ୍ରାଖୋଲ ଥାନା କପସିପାଲି ଗାଁର ସଞ୍ଜୟ ରାଣା ଏବଂ ଅଷ୍ଟମ ରାଣା ବୋଲି ଜଣାପଡିଛି |

ଅଭିଯୋଗ ଅନୁସାରେ ପାଟଣାଗଡ଼ ଝୁଲେନବର ଗାଁର ବେଳାର ରାଣା (୪୦) ଙ୍କୁ ସୋମବାର ଏକ ବୋଲେରୋ ଗାଡି ରେ ୩ଜଣ ଅଭିଯୁକ୍ତ ବସାଇ ଲାଠୋର ତୁଳସୀ ରାଣା ଙ୍କ ଘର କୁ ନେଇ ଅପହରଣ କରି ରଖିଥିଲେ ଏନେଇ ବେଳାର ପରିବାର ଲୋକ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଚଢ଼ାଉ କରି ବେଲାର କୁ ଉଦ୍ଧାର କରିଛି |

ତେବେ ଅଭିଯୁକ୍ତ ମାନେ ବେଆଇନ ଦାଦନ କାରବାର ରେ ଲିପ୍ତ ଥିବାବେଳେ ଟଙ୍କା କାରବାର କୁ ନେଇ ବେଳାର କୁ ଅପହରଣ କରିଥିବା ଜଣାପଡୁଛି ପୁଲିସ କେଶ ନଂ ୨୯୬/୨୩ ରେ ଏକ ମାମଲା ରୁଜୁ କରି | ଗିରଫ ୩ ଅଭିଯୁକ୍ତ ମାନଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି । ସେଠାର ତାଙ୍କ ର ଜାମିନ ନାମଞ୍ଜୁର ହେବାରୁ ବିଭାଗୀୟ ହାଜତ କୁ ପଠାଇ ଦିଆଯାଇଥିବା ଏ.ଏସ.ଆଇ ବ୍ରଜକିଶୋର ପଣ୍ଡା ସୂଚନା ଦେଇଛନ୍ତି ।

Exit mobile version