ଟାଙ୍ଗି  ବ୍ଲକ କାର୍ଯ୍ୟାଳୟର  ପରିସରରେ  ଭୀମଭୋଇ  ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ  

୧ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ସହଯୋଗରେ ଟାଙ୍ଗୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ  ଅଭିଯାନ ୨୦୨୩ଆଜି ଅନୁଷ୍ଠିତ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମ ରେ ଟାଙ୍ଗୀ ବ୍ଲକ ୨୬ ଟି ପଞ୍ଚାୟତର ୧୨୮ ଜଣ ଦିବ୍ୟାଙ୍ଗ ଭାଇ ଭଉଣୀ  ଯୋଗ ଦେଇଥିଲେ ।

ସେମାନଙ୍କର ବିଭିନ୍ନ ବର୍ଗରେ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ଏହାପର୧୯୮ ଜଣଙ୍କୁ  ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଟାଙ୍ଗୀ ବ୍ଲକ ବିଡ଼ିଓ ରେସ୍ମା ଟେଟେ। ନୂଆଗଡ଼ ସମିତି ସଭ୍ୟା ଗୀତାଞ୍ଜଳି ପାଟଶାଣୀ ମଙ୍ଗଳାଯୋଡି ସମିତି ସଭ୍ୟ କସ୍ତୁରୀ ପାଣିଗ୍ରାହୀ ,

ସରପଞ୍ଚ ପ୍ରଫୁଲ ଦାସ.,ସରପଞ୍ଚ ରଘୁନାଥ ମାଝୀ, ମନୋରଞ୍ଜନ ଚମ୍ପତି,କିଶୋର କୁମାର ରାଉତ ରାୟ ସମେତ ବହୁ ନିର୍ବାଚିତ ସରପଞ୍ଚ ସମିତି ସଭ୍ୟ ଯୋଗ ଦେଇ ହିତାଧିକାରୀ ମାନଙ୍କୁ ଦିବ୍ୟାଙ୍ଗ ପ୍ରମାଣ ପତ୍ର ବଣ୍ଟନ କରିଥିଲେ।

Exit mobile version