ରାଜସୁନାଖଳା ମହୋତ୍ସବ କାଉଁରୀ 2023 ପାଇଁ ପୂର୍ବପ୍ରସ୍ତୁତି ବୈଠକ

୧ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଜସୁନାଖଳା :-> ଅନୁଷ୍ଠିତ ହୋଇଯାଇଛି ରାଜସୁନାଖଳା ମହୋତ୍ସବ କମିଟିର ପୂର୍ବପ୍ରସ୍ତୁତି ବୈଠକ।ସର୍ବ ପ୍ରଥମେ ସମସ୍ତ ସଦସ୍ୟଙ୍କ ଗହଣରେ ରାଜସୁନାଖଳା ର ଅଧିଷ୍ଠାତ୍ରୀ ଦେବୀ ମା କାଉଁରୀଙ୍କ ପୂଜାର୍ଚ୍ଚନା ପରେ ବୈଠକ ଆରମ୍ଭ ହୋଇଥିଲା।ମହୋତ୍ସବ କମିଟି ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କମିଟିର ଉପଦେଷ୍ଟା ମଣ୍ଡଳି, ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ, ସଦସ୍ୟ,କାର୍ଯ୍ୟକାରୀ ସଦସ୍ୟ ଏବଂ ଆଜୀବନ ସଦସ୍ୟ ଉପସ୍ଥିତ ରହିଥିଲେ ।

ରାଜସୁନାଖଳା ଅଞ୍ଚଳର କଳା, ସାହିତ୍ୟ ଏବଂ ସଂସ୍କୃତିର ବିକାଶ ନିମନ୍ତେ ଚଳିତ ବର୍ଷ ଡିସେମ୍ବର ୮ତାରିଖରୁ ୧୨ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପୀ ମହୋତ୍ସବ କରାଯିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।ରାଜ୍ୟ ଏବଂ ଜାତୀୟ ସ୍ତରୀୟ କଳାକାର ମାନଙ୍କୁ ଆମନ୍ତ୍ରଣ କରାଯିବା ସହିତ ବିଭିନ୍ନ ଦିନରେ ଓଡ଼ିଆ ଚଳଚ୍ଚିତ୍ର ଏବଂ ଧାରାବାହିକ ସେଲିବ୍ରେଟି ମାନଙ୍କୁ ନିମନ୍ତ୍ରିତ କରିବା ପାଇଁ ନିଷ୍ପତ୍ତି କରାଯାଇଥିଲା । ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ସ୍ଥାନୀୟ କଳାକାର ମାନଙ୍କୁ ଚୟନ ପାଇଁ କମିଟିର ସାଂସ୍କୃତିକ ସମ୍ପାଦକ ମତ ରଖିଥିଲେ l

ଚଳିତ ବର୍ଷ ଆସାମ ଏବଂ ମେଘାଳୟ ରୁ କଳାକାର ଦଳ ଆସି ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି l ଉକ୍ତ କାର୍ଯ୍ୟକ୍ରମରେ କମିଟି ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରିଥିବାବେଳେ ଉପାଧ୍ୟକ୍ଷ ପ୍ରସନ୍ନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଉପଦେଷ୍ଟା ପ୍ରଦୀପ କୁମାର ସାହୁ, କୈଳାସ ଚନ୍ଦ୍ର ସାହୁ, ତଥା ଶାନ୍ତି ଶୃଙ୍ଖଳା କମିଟି ପକ୍ଷରୁ ଶୃଙ୍ଖଳା କୁ ଗୁରୁତ୍ୱ ଦେବାପାଇଁ ଦୃଢ଼ତା ପ୍ରକାଶ କରାଯାଇଛି l ସଭା ଶେଷରେ ଅଧ୍ୟକ୍ଷ ଙ୍କ ପକ୍ଷରୁ କମିଟି ମିଡ଼ିଆ ସେଲ ସମ୍ପାଦକ ରାଜେନ୍ଦ୍ର କୁମାର ସାହୁ ଧନ୍ୟବାଦଅର୍ପଣ କରିବା ପରେ ସଭା ସାଙ୍ଗ ହୋଇଥିଲା

Exit mobile version