ତିନିଗୋଟି ବ୍ଲକର ନିର୍ମାଣ ଶ୍ରମିକଙ୍କୁ ମହେନ୍ଦ୍ରଗଡ ଠାରେ ଶ୍ରମିକ କଲ୍ୟାଣ ସହାୟତା ରାଶୀ ପ୍ରଦାନ

୧ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର, ଉଦୟଗିରି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗଜ କାର୍ତ୍ତିକ ଗମାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆଠାର ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ବ୍ରହ୍ମପୁର ନିର୍ବାଚନ ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅଥିତି ଭାବରେ ଜିଲ୍ଲା ବିଜେଡିି ସଭାପତି ଜଗବନ୍ଧୁ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି,

ଜିଲ୍ଲା ଶ୍ରମିକ ଅଧିକାରୀ ଲୋକନାଥ ପଣ୍ଡା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲରିମନ ଖର୍ସଲ, ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର ପ୍ରମୁଖ ମଞ୍ଚାସିନଥିଲେ । ଏଥିରେ ପାଞ୍ଚଗୋଟି ବିଭାଗ ଯଥା ଶିକ୍ଷା ସହାୟତା ୪୨୫ ଜଣଙ୍କୁ, ସ୍ବାଭାବିକ ମୃତ୍ୟୁ ୮୧ ଜଣଙ୍କୁ, ବିବାହ ସହାୟତା ୨୪୬ ଜଣଙ୍କୁ,ଅନ୍ତେଷ୍ଟିକ୍ରିୟା ସହାୟତା ୭୫ ଜଣଙ୍କୁ

ପ୍ରସୂତିକାଳୀନ ସହାୟତା ୧୨ ଜଣଙ୍କୁ ମୋଟ ୮୩୯ ଜଣଙ୍କୁ ଟ.୩,୦୮,୦୬,୪୦୦/-ସହାୟତା ରାଶି ପ୍ରଦାନ କରାଗଲା। ୧୮୧ ଜଣ ନୂତନ ହିତାଧିକାରୀଙ୍କୁ ପରିଚୟ ପତ୍ର ପ୍ରଦାନ କରାଗଲା। ଏହି ବୈଠକରେ ଆର, ଉଦୟଗିରି,ରାୟଗଡ,ଓ ମୋହନା ବ୍ଲକ ରୁ ପ୍ରାୟ ୮୦୦ ଉର୍ଦ୍ଧ ମହିଳା ପୁରୁଷ ଯୋଗଦେଇଥିଲେ। ଶ୍ରମିକ ନେତା ପ୍ରବାଳ ପାଇକ,ଜିତେନ୍ଦ୍ର ସଭାପତି ଓ ଇଶ୍ରାଏଲ ମାଳୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Exit mobile version