ବ୍ଳକସ୍ତରୀୟ ବିଶ୍ବ ପାଇଖାନା ଦିବସ ପାଳନ

୧ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଆର,ଉଦୟଗିରି ବ୍ଳକସ୍ତରୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବିଶ୍ବ ପାଇଖାନା ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ସହ ସମସ୍ତ ପ୍ରତିନିଧି, ମହିଳା ମଣ୍ଡଳ ସଦସ୍ୟ, ଯୁବଗୋଷ୍ଠୀଙ୍କ ସହ ବ୍ଳକର ପଦଧିକାରୀ ମାନେ ଉପସ୍ଥିତରହି ଏକ ବିଶାଳ ସଚେତନତା ରାଲି ଅନୁଷ୍ଠିତ କରାଯାଇଥିଲା । ସମସ୍ତ ଜନସାଧାରଣକୁ ଲିଫଲେଟ୍ ବଣ୍ଟନ କରାଯାଇ ବାହ୍ୟୁମଳମୁକ୍ତ ବା ODF PLUS ଗ୍ରାମ ଗଠନ କରିବା ପାଇଁ ସଚେତନ କରାଯାଇଥିଲା । ସ୍ବଛ ଓଡିଶା ସୁଛ ଓଡିଶା , ଆବର୍ଜନା ମୁକ୍ତ ଭାରତ ଗଠନ ନିମନ୍ତେ ସ୍ଲୋଗାନ ଦିଆଯାଇ ଗାଁ ପରିକ୍ରମା କରାଯାଇଥିଲା ।

ବ୍ଳକ କାର୍ଯ୍ୟାଳୟ ପରିସରରେ ଏକ ସଭା ଆୟୋଜନ କରାଯାଇ ବିଶ୍ବପାଇଖାନ ଦିବସରେ ତାପର୍ଯ୍ୟ ସମନ୍ଧରେ ଆଲୋଚନା କରାଯାଇ ସମସ୍ତକୁ ଅବଗତ କରାଯାଇଥିଲା । ପ୍ରତ୍ୟେକ ଗାଁରେ ଘରେ ଘରେ ପାଇଖାନା ନିର୍ମାଣ କରି ସୁସ୍ଥ ଜିବନ ଯାପନ ନୀମନ୍ତେ ଅବଗତ କରାଯାଇଥିଲା । ଆଜିର ଏହି ଦିବସ ଅବସରରେ ୧୭ ଗୋଟି ପଞ୍ଚାୟତର ୧୫୭ ଜଣ ହିତଅଧିକାରୀକୁ ଟପ୍ ପାଇଖାନା ନିର୍ମାଣ ନିମନ୍ତେ କାର୍ଯ୍ୟାଆଦେଶ ପ୍ରଦାନ କରାଯାଇଥିଲା ।

ବ୍ଳକ ଉପାଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ପଟ୍ଟନାୟକ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଶୁଭରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସହକାରୀ ନିର୍ବାହୀ ଯନ୍ତୀ ସିଦ୍ଦାର୍ଥ ଶଙ୍କର ତ୍ରିପାଠୀ, ଜିଲ୍ଲାସ୍ତରରୁ G. ମୁଦିଲ କୁମାର DWSM, COSIMOTEA ଗଜପତି ଏବଂ ଜିପିଇଓ ଶଶାଙ୍କ ସେଖର ସୁବୁଦ୍ଧି, RWSS JE -II କଲ୍ୟାଣ ପ୍ରଧାନ, cp ମନୋଜ ନାୟକ, BPC ଅଶ୍ବିନୀ ସଡଙ୍ଗି, ସମସ୍ତ ସରପଞ୍ଚ, ସମିତିସଭ୍ୟ/ସଭ୍ୟା ମାନେ ଉପସ୍ଥିତ ରହିଥିଲେ । ପ୍ରାୟ ୩୦୦ରୁ ଉର୍ଦ ଜନ ସମାଗମ ହୋଇଥିଲା ।

Exit mobile version