ଜାମଦା ଯୁବ ବିଜେପି ପକ୍ଷରୁ BJD ର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧର ଜାମଦା ବ୍ଳକ ଘେରାଉ ଓ ବିକ୍ଷୋଭ

୧ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ଓଡିଶା ବିଜୁ ଜନତାଦଳର ଦୁର୍ନୀତି ଭ୍ରଷ୍ଟାଚାର ବିରୁଦ୍ଧରେ ଜାମଦା ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ବରିଷ୍ଠ ବିଜେପି ନେତା ତଥା ଓଵିସି ସେଲ ଜିଲ୍ଲା ସଭାପତି ବିଜୁ ଗୋପାଲ ଗୋପ ଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବିକ୍ଷୋଭ କାରି ମାନେ ଜାମଦା ବ୍ଳକ୍ ର ବମ୍ବେ ନିକଟରୁ ବାହାରି ବ୍ଲକ ନିକଟ ରେ ପହଞ୍ଚିଲେ । କାର୍ଯ୍ୟକ୍ରମ ଥିଲା ଜନ ଆକ୍ରୋଶ ସମାବେଶ ।

ଜାମଦା ଵ୍ଳକର ଜନ ପ୍ରତିନିଧି ମାନଙ୍କ ଆଗରେ ବ୍ଲକ ଯନ୍ତ୍ରୀମାନେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡିକ ପଲ୍ଲୀ ସଭାରେ ଆଗତ ନ କରି ମନଇଛା ଅନୁମୋଦନ କରିବା ପରେ କାର୍ଯ୍ୟ ଗୁଡିକ ବଣ୍ଟନ କରୁଛନ୍ତି ଏହା ବିରୋଧରେ ବିକ୍ଷୋଭ, ଜାମଦା ଡାକ୍ତରଖାନା ରେ ଆବଶ୍ୟକୀୟ ଡାକ୍ତର,ନର୍ସ, କର୍ମଚାରୀ ଅଭାବ ନେଇ ବିପର୍ଯ୍ୟସ୍ତ ଥିବା ସ୍ବାସ୍ଥ୍ୟସେବା,

ବିଭିନ୍ନ ହାଇସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି , ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାତର ଅନ୍ତର ଏବଂ ବ୍ୟବହୃତ ବାଲି ପରିବହନରେ କଟକଣା, ସ୍କୁଲରେ ମଧ୍ୟାହ୍ନ ଭାବରେ ଚାଉଳ କମ୍,ଘନ ଘନ ବିଦ୍ୟୁତ କାଟ,ଜାମଦା ଅଂଚଳରେ ଜଳସେଚନ ପ୍ରତି ସରକାରଙ୍କ ଉଦାସୀନତା,ପିଇବା ପାଣି ସଂକଟ, ବେକାର ଯୁବକଙ୍କ ହାତରେ କାମ ନାହିଁ,ଦାଦନ ସଂଖ୍ୟା ବୃଦ୍ଧି ପ୍ରତିବାଦରେ ଭା ଡା ପା କର୍ମକର୍ତ୍ତା ଜୋରଦାର ସ୍ଳୋଗାନ ଦେଇଥିଲେ ।

ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ଜିଲ୍ଲା ମହିଳା ସଭାନେତ୍ରୀ ସୋନାଲି ମହାନ୍ତ, ଏସଟିସେଲ ରାଜ୍ୟ ନେତା ଇଂ ରାମଚନ୍ଦ୍ର ହାଂସଦା, ଅଂପ୍ରାକ୍ତନ ଜିଲ୍ଲାପରିଷଦ ସଦସ୍ୟ ଜଲେନ ବାର୍ଦା,କାର୍ଯ୍ଯକାରିଣୀ ସଦସ୍ୟ ଇଂ କମଳାକାନ୍ତ ନାଏକ, ମାଳତୀ ଆଳଦା, ମଧୁସୂଦନ ଟୁଡୁ,ଦୁଖୀଶ୍ଯାମ ହେମ୍ବ୍ରମ,

ଜାମଦା ମଣ୍ଡଳ ସଭାପତି ତୁରାମ ଦେଓଗାମ,ପାସନା ମଣ୍ଡଳ ସଭାପତି ଲକ୍ଷ୍ମଣ ମାର୍ଣ୍ଡୀ,,ଏସଟି ସେଲ ଜିଲ୍ଲା ସଂପାଦକ ଫାଗୁରାମ ମାର୍ଣ୍ଡି,ସାଂସଦ ପ୍ରତିନିଧି ସାମନ୍ତ ଚନ୍ଦ୍ରଶେଖର ଗିରି, ସମାଜସେବୀ ଗୋପାଲ ଵେଶ୍ରା, ସମାଜ ସେବୀ ସୁବାସ ଵରାଳ, ନରେନ୍ଦ୍ର ପାତ୍ର,ତରଣୀ ସେନ ଦାସ,ଅନାରୁଲ ହକ,ଏମଡି ଆକଵର,କିଣାରାମ ବିରୁଆ,ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ଉପରେ ବର୍ଷିଥିଲେ ।

 

Exit mobile version