ଆଇଆଇଏଫ୍‌ଏଲ୍ ଫାଇନାନ୍ସ ପକ୍ଷରୁ ଡିଜିଟାଲ ସୁନା ଋଣର ଶୁଭାରମ୍ଭ – ଭୁବନେଶ୍ୱର

ଓଡିଶା ତାଜା ନ୍ୟୁଜ୍ (୧୫ଜୁଲାଇ୨୦୨୦,ବୁଧବାର ) ଭୁବନେଶ୍ୱର :- ଭାରତର ଅଗ୍ରଣୀ ଆର୍ଥିକ ସଂସ୍ଥା ଆଇଆଇଏଫ୍‌ଏଲ୍ ଫାଇନାନ୍ସ ପକ୍ଷରୁ ଡିଜିଟାଲ୍ ସୁନା ଋଣ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏଥିପାଇଁ ଗ୍ରାହକଙ୍କୁ ଶାଖା ପରିଦର୍ଶନ କରିବାକୁ ପଡ଼ିବନି । ଆଇଆଇଏଫ୍‌ଏଲ୍ ଫାଇନାନ୍ସର ଗ୍ରାହକମାନେ ସୁବିଧାରେ ଟପ୍‌-ଅପ୍ ଓ ସୁନା ଋଣ ଖାତାର ନବୀକରଣ ସୁବିଧା, ବ୍ୟାଙ୍କ ଖାତା ଯୋଡ଼ିବା, ଋଣ ଷ୍ଟେଟ୍‌ମେଂଟ୍ ଡାଉନ୍‌ଲୋଡ୍ କରିବା, ଇଏମ୍‌ଆଇ ଦେବା ଭଳି ସୁବିଧା ପାଇପାରିବେ । କରୋନା ମହାମାରୀରେ ଲକଡାଉନ୍ ଓ ସାମାଜିକ ଦୂରତ୍ୱ କଟକଣା ଲାଗୁ କରାଯାଇଥିବା ବେଳେ ସୁରକ୍ଷିତ ରହିବା ଲାଗି ଲୋକମାନଙ୍କୁ ଘରେ ରହିବାକୁ କୁହାଯାଉଛି । ତେଣୁ ସୁନା ଋଣ ହାସଲ କରିବା ଲାଗି ଡିଜିଟାଲ୍ ସୁନା ଋଣ ବେଶ ଉପଯୋଗୀ ଏଥିପାଇଁ ଘରୁ ବାହାରକୁ ଆସିବାକୁ ପଡ଼ିବ ନାହିଁ ।

ସମ୍ପୂର୍ଣ୍ଣ ଅନଲାଇନ୍ ପ୍ରକ୍ର୍ରିୟାରେ ଏହି କାର୍ଯ୍ୟ ବହୁତ ସୁବିଧାରେ ଓ କିଛି ମିନିଟ୍ ଭିତରେ ହେବ । ଏହି ଅଭିଯାନ ସର୍ମ୍ପକରେ ଆଇଆଇଏଫ୍‌ଏଲ୍ ଫାଇନାନ୍ସ ଗୋଲ୍‌ଡ ଲୋନର ବ୍ୟବସାୟ ମୁଖ୍ୟ ଶ୍ରୀଯୁକ୍ତ ସୌରଭ କୁମାର କହିଛନ୍ତି ଯେ, “କରୋନା ସଂକ୍ରମଣର ଭୟ ଓ କଟକଣା ଯୋଗୁଁ ଲୋକମାନେ ଘରୁ ବାହାରକୁ ବାହରିବା ଜନିତ ଗ୍ରାହକଙ୍କ ସମସ୍ୟାକୁ ଆମେ ଭଲ ଭାବେ ବୁଝୁଛୁ । ତେଣୁ, ଜରୁରୀକାଳୀନ ଓ ବ୍ୟବସାୟ ଲାଗି ପାଣ୍ଠିର ଯେଉଁ ଆବଶ୍ୟକତା ରହିଛି ତାହାକୁ ଡିଜିଟାଲ୍ ଗୋଲ୍ଡ ଲୋନ୍ ପୂରଣ କରିବ ଯେଉଁ ସୁବିଧାକୁ ଗ୍ରାହକମାନେ ଘରେ ବସି ଦିନ କିମ୍ବା ରାତି ଯେକୌଣସି ସମୟରେ ପାଇପାରିବେ ।

ଏହି କୋଭିଡ୍‌-୧୯ ଭଳି ସଙ୍କଟ ସମୟରେ ଓ ଏହାର ପରବର୍ତୀ ସମୟରେ ମଧ୍ୟ ଗ୍ରାହକଙ୍କୁ ସାହାଯ୍ୟ କରିବା ଦିଗରେ ଏହା ହେଉଛି ଏକ ବଡ଼ ପଦକ୍ଷେପ ।’’ ନିକଟରେ କ୍ରିକେଟ ଜଗତର ସୁପରଷ୍ଟାର ରୋହିତ ଶର୍ମାଙ୍କୁ ଆଇଆଇଏଫ୍‌ଏଲ୍‌ ଫାଇନାନ୍ସ ନିଜର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରିଥିଲା । ଆଇଆଇଏଫ୍‌ଏଲ୍ ହେଉଛି ଏକ ସଂସ୍ଥା ଯାହା ଲୋକଙ୍କ ଜମା ଗ୍ରହଣ କରେ ନାହିଁ ବରଂ ସମ୍ପତି ଋଣ, ସୁନା ଋଣ, ସିକ୍ୟୁରିଟି ବିରୋଧରେ ଋଣ, ଏସ୍‌ଏମ୍‌ଇ ବ୍ୟବସାୟ ଓ ମାଇକ୍ରୋ ଫାଇନାନ୍ସ ଋଣ ଦେଉଛି ।

Exit mobile version