୩୧ତମ ରାଜ୍ୟ ସ୍ତରୀୟ ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସରେ ଗଜପତି ଜିଲ୍ଲାର ସଫଳତା

୨୦ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :-> ୩୧ତମ ରାଜ୍ୟ ସ୍ତରୀୟ ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସ ରେ ଗଜପତି ଜିଲ୍ଲା ର ୫ଟି ପ୍ରକଳ୍ପ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଯାଜପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସ ର ଏକାଡେମିକ ସଂଯୋଜକ ଶ୍ରୀ ସାତ୍ମିକ କୁମାର ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଓ ସହାୟକ ଶିକ୍ଷୟତ୍ରୀ କବିତା ରାଉତ ଓ ଶ୍ରଦ୍ଧାମୟୀ ପାଢ଼ୀଙ୍କ ସହଯୋଗ ରେ ଅଂଶ ଗ୍ରହଣ କରିଥିଲେ ।

ସେମାନେ ହେଲେ ପପୁନ ମହାରଣା, ସରକାରୀ ମହେନ୍ଦ୍ର ଗିରି ଉଚ୍ଚ ବିଦ୍ୟାଳୟ, ପାରଳାଖେମୁଣ୍ଡି, ନିରଞ୍ଜନ ପ୍ରଧାନ, ସରକାରୀ ଉଚ୍ଚ ବିଦ୍ୟାଳୟ ଜାଜପୁର, ଏ ଗୌତମୀ, ବି ଏମ୍ ଉଚ୍ଚ ବିଦ୍ୟାଳୟ ଖାରଡା, ମୁନା ଦଳେଇ, ଏସ୍ କେ ସି ଜି ଉଚ୍ଚ ବିଦ୍ୟାଳୟ ଗୁରାଣ୍ଡି, ବର୍ଷିତା ଦାସ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପାରଳାଖେମୁଣ୍ଡି ।

ଭୁବନେଶ୍ୱର ସ୍ଥିତ ଡୁନ୍ ଇଣ୍ଟରନେସନାଲ ସ୍କୁଲ ଠାରେ ୧୮.୧୧.୨୦୨୩ ଓ ୧୯.୧୧.୨୦୨୩ ଧରି ଅନୁଷ୍ଟିତ ହୋଇଥିବା ୩୧ତମ ରାଜ୍ୟ ସ୍ତରୀୟ ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସ ରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ନବମ ଶ୍ରେଣୀ ଛାତ୍ରୀ ବର୍ଷିତା ଦାସ ଡ: ଆର୍ ଏନ୍ ରାୟଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ଓ ପୁରସ୍କୃତ ହୋଇ ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଛାତ୍ରୀଙ୍କ ଏହି କୃତିତ୍ତ୍ବକୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ, ବିଜ୍ଞାନ ନିରୀକ୍ଷକ ଏ. ରବି କୁମାର, ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ପ୍ରମୁଖ ଅଭିନନ୍ଦନ ଓ ଶୁଭେତ୍ସା ଜଣାଇଛନ୍ତି।

Exit mobile version