ରାଧାକୃଷ୍ଣ ଦରିଦ୍ର ନାରାୟଣ ସେବା ସଂଘର ୩୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ : ୧୫ ଶହ ଭିନ୍ନକ୍ଷମ ଅସହାୟ ଙ୍କୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନ

୨୦ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଜଟଣୀ ବ୍ଲକ ଅନ୍ତର୍ଗତ ଗଙ୍ଗପଡା ସ୍ଥିତ ଭାତକୁରି ମା ଭୁଆଶୁଣି ମନ୍ଦିର ଠାରେ ପ୍ରତିବର୍ଷ ପରି ଚଳିତବର୍ଷ ରାଧାକୃଷ୍ଣ ଦରିଦ୍ର ନାରାୟଣ ସେବା ସଂଘର ୩୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଅନୁଷ୍ଠାନର ସମ୍ପାଦକ ବିଶିଷ୍ଠ ସମାଜସେବୀ ଲଲାଟ କିଶୋର ପୃଷ୍ଟିଙ୍କ ଆୟୋଜନରେ ଆଜି ଅତିଥି ରୂପେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗ ଦେଇ କାର୍ତ୍ତିକ ମାସ ଭଳି ଧର୍ମ ମାସରେ ଏଭଳି ଖାଦ୍ୟ ଓ ବସ୍ତ୍ର ଅନୁଷ୍ଠାନ ପକ୍ଷରୁ ଓ ଲଲାଟ କିଶୋର ପୃଷ୍ଟିଙ୍କ ସହଯୋଗରେ ଦିଆଯାଉଥିବାରୁ ଅତ୍ୟନ୍ତ ପ୍ରସଂସା କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ନିରଞ୍ଜନ ପୃଷ୍ଟି,ଖୋର୍ଦ୍ଧାର ପୂର୍ବତନ ଜିଲ୍ଲାପାଳ ନିରଞ୍ଜନ ସାହୁ, ମେଜର ଡ଼ଃ କଳ୍ପନା ଦାସ,ପ୍ରମୁଖ ଯୋଗ ଦେଇ ନିଜର ମତ ଉପସ୍ଥାପନ କରିବା ସହିତ ନିଜକୁ ଗର୍ବିତ ମନେ କରିଥିଲେ । ଆଜି ଏହି ଉତ୍ସଵରେ ଖୋର୍ଦ୍ଧା,ଜଟଣୀ,ଯାଆଁଳା, ଓଗଳପଡା,ଭୁବନେଶ୍ୱର, ମଞ୍ଚେଶ୍ୱର,ଓ ପୁରୀ ସ୍ଥିତ କଲୋନୀ ରୁ ପ୍ରାୟ ୧୫ ଶହ ଦୁଃଖୀ,

ଦରିଦ୍ର,ଭିନ୍ନକ୍ଷମ, ଅସହାୟ ଙ୍କୁ ଔଷଧ, ଧୋତି,ଶାଢ଼ୀ,କମ୍ବଳ,ଆଦି ବଣ୍ଟନ କରାଯାଇଥିଲା । ସେହିପରି ସମସ୍ତଙ୍କ ପାଇଁ ଖାଦ୍ୟ ପାନୀୟ ବ୍ୟବସ୍ଥା ହୋଇଥିଲା । ମାନବ ସେବା ହିଁ ମାଧବ ସେବା ଏହି ଉକ୍ତି କୁ ଚରିତାର୍ଥ କରିବାକୁ ଯାଇ ଅନୁଷ୍ଠାନର ଏଭଳି ମହତ୍ତ୍ୱ କାର୍ଯ୍ୟ କୁ ଉପସ୍ଥିତ ଅସହାୟ,ବ୍ୟକ୍ତି ମାନେ ପ୍ରସଂସା କରିବା ସହିତ କର୍ମକର୍ତ୍ତାଙ୍କୁ ଆଶ୍ରୀବାଦ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକୁ ଅନେକ ସ୍ବେଛାସେବୀ ଯୁବଗୋଷ୍ଠୀ,ଓ ଅନୁଷ୍ଠାନର କର୍ମକର୍ତ୍ତା ସହଯୋଗ କରିଥିଲେ ।

Exit mobile version