ବାଲିବେରେଣା ଗ୍ରାମରୁ ବାଘ ଛାଲ ଜବତ – ଜଣେ ଗିରଫ

୨୦ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଦଶପଲ୍ଲା : -> ବନ୍ୟଜନ୍ତୁଙ୍କ ପ୍ରତି ମାଡି ଆସୁଛି ମହା ବିପତ୍ତି । ଆଉ ନିଜକୁ ସୁରକ୍ଷା ଦେଇପାରୁନି, ବନରାଜ ବାଘ । ଶିକାରୀଙ୍କ ହାତରେ ଚାଲି ଯାଉଛି ଜୀବନ । ସାରା ଓଡିଶା ସମେତ ଦଶପଲ୍ଲା ବନାଂଚଳ ରେ ମଧ୍ୟ ହେଉଛି ବାଘ ଶିକାର ।ବିଶେଷ ସୂତ୍ରରୁ ଖବର ପାଇ

ଭୁବନେଶ୍ବର ଏସଟିଏଫ୍ ଟିମ୍ ଅଚାନକ ବାଣୀଗୋଛା ଥାନା ଚଡେୟାପଲ୍ଲୀ ପଞ୍ଚାୟତ ବାଲିବେରେଣା ଗ୍ରାମରେ ଚଢାଉ କରି ବାଘ ଛାଲ ଜବତ କରିବା ସହିତ ଜଣଙ୍କୁ ଗିରଫ କରାଯାଇଛି l ଗିରଫ୍ ବ୍ୟକ୍ତି କଂ ନାମ ବୈଦ୍ୟରାଜ ମଲ୍ଲିକ ବୋଲି ଜଣାପଡିଛି l ବୈଦ୍ୟରାଜଙ୍କ ଠାରୁ ୨ଟି ବାଘ ଛାଲ ଜବତ କରାଯାଇଥିବା ବାଣିଗୋଛା ଥାନାଧିକାରୀ ଲକ୍ଷ୍ମଣ ଦଣ୍ଡସେନା ସୂଚନା ପ୍ରଦାନ କରିଛନ୍ତି l

Exit mobile version