Home ଓଡ଼ିଶା ବେଗୁନିଆ ବିଜେପି ପକ୍ଷରୁ ବ୍ଲକ ଅଫିସ ଘେରାଉ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୦ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବେଗୁନିଆ :-> ବିଜେପି ରାଜ୍ୟ ସଭାପତିଙ୍କ ଆହ୍ୱାନ କ୍ରମେ ସମଗ୍ର ରାଜ୍ୟର ୩୧୪ ବ୍ଲକରେ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ବିରୁଦ୍ଧରେ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ଜାରି ରହିଛି। ଦୀର୍ଘ୨୪ ବର୍ଷ ଭିତରେ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର, ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ନାରୀ ନିର୍ଯ୍ୟାତନା, ପାଇଖାନା ଦୁର୍ନୀତି, ଚିଟଫଣ୍ଡ ଦୁର୍ନୀତି, ଦାଦନ ସମସ୍ୟା, ରାସନ କାର୍ଡ ଦୁର୍ନୀତି, ଭତ୍ତା ଦୁର୍ନୀତି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ,ଜଳ ସେଚନ ବ୍ୟବସ୍ଥା ରେ ଦୁର୍ନୀତି, ବିଭିନ୍ନ ଗ୍ରାମରେ ପାନୀୟ ଜଳ ସମସ୍ୟା ଇତ୍ୟାଦି ଲାଗି ରହିଛି। ଏହା କୁ ନେଇ ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀ ର ବିଜେପି ତରଫରୁ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ବିଜେପି ନେତା କର୍ମୀମାନେ ବେଗୁନିଆ ଓବୋଲଗଡ ବ୍ଲକ ଘେରାଉ କରିଛନ୍ତି ।ଶତାଧିକ ଲୋକେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡ଼ିଛନ୍ତି କିନ୍ତୁ ରାଜ୍ୟ ସରକାର ଯେଉଁମାନେ ଘର ପାଇବାପାଇଁ ଯୋଗ୍ୟ ସେମାନଙ୍କୁ ଘର ନଦେଇ ଯେଉଁମାନେ ପାଇବା କଥା ନୁହେଁ ସେମାନଙ୍କୁ ଦେଉଛନ୍ତି। ସେହିପରି ରାସନ କାର୍ଡରେ ମଧ୍ୟ ଦୁର୍ନୀତି। ଏହି ପରିପ୍ରେକ୍ଷୀରେ ଆଜି ବେଗୁନିଆ ଓ ବୋଲଗଡ ବ୍ଲକରେ ଜନ ଆକ୍ରୋଶ ଶୋଭାଯାତ୍ରା କରାଯାଇଥିବା ଦେଖିବାକୁ ମିଳିଛି । ବିଜେପି ନେତା ପ୍ରକାଶ ରଣବିଜୁରୀଙ୍କ ନେତୃତ୍ୱରେ ଶତାଧିକ କର୍ମୀ ପୋଷ୍ଟ ଅଫିସ ଛକରେ ଏକତ୍ରୀତ ହୋଇ ପଦଯାତ୍ରା ରେ ବଜାର ପରିକ୍ରମା କରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ରାଲି କରିଥିଲେ। ତାହାସହ ବ୍ଲକ ଆଗରେ ଏନେଇ ବିଜେପି ନେତାମାନେ “ଭତ୍ତାଠାରୁ ଆରମ୍ଭ କରି ଆବାସ ଯୋଜନା ଏବଂ ଅନ୍ୟାନ୍ୟ ସମସ୍ତ ସରକାରୀ ଯୋଜନାରେ ବ୍ୟାପକ ଘୋଟାଲା ଚାଲିଛି । ଅଧିକାରୀମାନେ ପିସି ନେଇ କାମ କରୁଛନ୍ତି । ଦଳୀୟ ଭିତ୍ତିରେ ହିତାଧିକାରୀ ଚୟନ ହେଉଛି । ତେଣୁ ଏସବୁକୁ ବିଜେପି ବିରୋଧ କରି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛି ।” ଆଗାମୀ ଦିନରେ ଏଭଳି ଆହୁରି ଅନେକ କାର୍ଯ୍ୟକ୍ରମ କରାଯିବ ବୋଲି ଦଳୀୟ ନେତାମାନେ ଚେତାବନୀ ଦେଇଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ରାଜନୀତି, ହୋମ୍ Related Content Odiapreneur 3.0 State-Level Hackathon Inaugurated at IIT Bhubaneswar by Proprietor Abhimanyu Maharana October 1, 2026 ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026