ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀରେ : ଜନ ସମ୍ପର୍କ ପଦଯାତ୍ରା

୨୦ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରମୁଣ୍ଡା ନୀଳକଣ୍ଠେଶ୍ଵର ମନ୍ଦିର ଠାରୁ ବରମୁଣ୍ଡା NH ପାଖ BSNL ଅଫିସ ଲେନ ପର୍ଯ୍ୟନ୍ତ ୱାର୍ଡ ନଂ ୫୦ ରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେଉଛି। ଏହି ପଦ ଯାତ୍ରା ରେ ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମାନ୍ୟବର ସାଂସଦ ଅମର ପଟ୍ଟନାୟକ, ମାନନୀୟ।

ମେୟର ସୁଲୋଚନା ଦାସ,ମାନନୀୟ। ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଡେପୁଟି ମେୟର ମଞ୍ଜୁଲତା କହଁର,ଓଡ଼ିଶା ଅଗ୍ରୋ ଇଣ୍ଡିଷ୍ଟ୍ରୀ କର୍ପୋରେସନ ଉପାଧ୍ୟକ୍ଷ ଡ ସନ୍ତୋଷ ବେଜ ସ୍ଥାନୀୟ ପୂର୍ବତନ କର୍ପୋରେଟର ସୁଜିତ୍ ସ୍ବାଇଁ, ଅଶ୍ଵିନୀ ସୁନ୍ଦରାୟ, କର୍ପୋରେଟର ଚନ୍ଦ୍ର ଶେଖର ମଲ୍ଲିଆ,ଦୀପକ ମିଶ୍ର,ଶିବପ୍ରସାଦ ବେହେରା,

ଶିବ ନାରାୟଣ ରାୟ, ଛବି ଦାସ, ଅଜିତ୍ ବେହେରା, ବିଜୁ ଯୁବଜନତା ଦଳ ଭୁବନେଶ୍ୱର ସଭାପତି ସମରେଶ ବେଉରା, ଏକାମ୍ର ଛାତ୍ର ସଭାପତି ଶିବ ପ୍ରସାଦ ମହାପାତ୍ର,ଯୁବ ସଭାପତି ରାଜେଶ ପାତ୍ର, ଯୋଗ ଦେଇଥିଲେ। ଏହି ଅବସରରେ ବରମୁଣ୍ଡା ଗ୍ରାମ ପରିକ୍ରମା କରିବା ସହ ସାଂସଦ ଅମର ପଟ୍ଟନାୟକ ତାଙ୍କ ଆଞ୍ଚଳିକ ଉନ୍ନୟନ ଅନୁଦାନ ପାଣ୍ଠିରୁ ବରମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ର ଏକ ଅତିରିକ୍ତ ଶ୍ରେଣୀ ଗୃହ ଏବଂ ଅଙ୍ଗୱାଡ଼ି କେନ୍ଦ୍ରକୁ ମଧ୍ଯ ଉଦଘାଟନ କରିଥିଲେ।

Exit mobile version