ଦାଦନ ଶ୍ରମିକ ଙ୍କ ଦୁଃଖ ଆଉ କେବେ ସରିବ

ତାମିଲନାଡୁରେ ମୃତ ଦାଦନ ଶ୍ରମିକଙ୍କ ପରିବାରଙ୍କୁ ଗଜପତି ଜିଲ୍ଲା ପ୍ରଶାସନ ଆର୍ଥିକ ସାହାର୍ଯ୍ୟ ପ୍ରଦାନ କଲେ

୧୮ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି  :-> କେବେ ସରିବ ଖଟି ଖିଆ ଦାଦନ ଶ୍ରମିକ ଙ୍କ ଦୁଃଖର ଜୀବନ, ଦାଦନ ନ ଖଟିଲେ ପରିବାର ଙ୍କ ଓ ପିଲାମାନଙ୍କ ଉଳିଏ ଖାଇଲେ ଉଳିଏ ଭୁକଉପାସ ରହିବା କୁ ପଡେ, କିନ୍ତୁ ଓଡିଶା ଛାଡି ରାଜ୍ୟ ବାହାରେ ଦାଦନ ଖଟିବାକୁ ଯିବାକୁ ପଡେ, ହେଲେ ଦାଦନ ଶ୍ରମିକ ଙ୍କ ଗୋଟିଏ ପରେ ଗୋଟିଏ ମୃତ୍ୟୁ ଶରୀର ଓଡିଶା କୁ ଆସୁଛି, ହେଲେ ଗଜପତି ଜିଲ୍ଲା କୁ ପ୍ରାୟ ତିନି ବର୍ଷ ମଧ୍ୟ୍ୟ ରେ ସତୁରି ରୁ ଅଧିକ ଗୋଟି ମର ଶରୀର ଆସିଛି, ପୁଣି ଗଜପତି ଜିଲ୍ଲା ରା ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଳିଗଡ ଗ୍ରାମର, ନମିତା ଶୁଆଲସିଂ,

ସ୍ୱାମୀ ସୁଦାମ ଶୁଆଲସିଂ, ନମିତା ଙ୍କ ସ୍ୱାମୀ ଛାଡି ଚାଲିଯିବାରୁ ସେ ନିଜତିନି ଗୋଟି ପୁଅଙ୍କୁ ଧରି ତାମିଲନାଡୁ ର ତିରିପୁର ସହର କୁ ଦାଦନ ଖଟିବାକୁ ଯାଇଥିଲେ, ହେଲେ କୌଣସି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛି, ତେବେ ନମିତା ଶୁଆଲସିଂ ଙ୍କ ମୃତ୍ୟୁ ଖବର ଶୁଣି ଗଜପତି ଜିଲ୍ଲା ର ପ୍ରଶାସନଏବଂ ଲେବର ୟୁନିୟନ ତରଫରୁ 40,000 ଏବଂ ରେଡ଼କ୍ରସ ତରଫରୁ 15,000 ଏବଂ ହରିଶ୍ଚନ୍ଦ୍ର ଯୋଜନା ରୁ 5,000 ହଜାର ଟଙ୍କା ରାଶି ମୃତ୍ୟୁ ପରିବାର ଙ୍କୁ ଦେଇ,

ତାମିଲନାଡୁ ର ତିରିପୁର ସହର ରୁ ଛେଳିଗଡ଼ ଗ୍ରାମକୁ,ବିଜୁ ଜନତା ଦଳର ସଭାପତି ଜଗବନ୍ଧୁ ଦାସ ଏବଂ ରା ଉଦୟଗିରି ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋରିମୋନ ଖର୍ଶେଲ, ତହସିଲଦାର ଜ୍ୟୋତିର୍ମୟୀ ଦାସ, ବିଜୁ ଜନତା ଦଳ ର ଛାତ୍ର ସହ ସମ୍ପାଦକ ପେକେଶ୍ୟର ମାହାଙ୍କୁଡ ଙ୍କ ନେତୃତ୍ୱରେ ମୃତ୍ୟୁ ଶରୀର କୁ ଆଣିବାରେ ସାହାଯ୍ୟ ଓ ସହ ଯୋଗ ରେ ଏକ ଆମ୍ବୁଲାନ୍ସ ଯୋଗେ ଗଜପତି ଜିଲ୍ଲା ଛେଳିଗଡ଼ କୁ ଅଣାଯାଇଥିଲା l

Exit mobile version