ଗଜପତି ଜିଲ୍ଲାର ମୋହନା ଠାରେ ଜିଲ୍ଳା ସ୍ତରୀୟ ସର୍ଗି ଫୁଲ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

୧୮ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ମୋହନା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ଆଡମ୍ବର ସହ ସ୍ୱର୍ଗି ଫୁଲ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଛି। ଏହି ଉତ୍ସବ ଦୁଇ ଦିନ ଧରି ଚାଲିବ। ଏହି ଉତ୍ସବରେ ଜିଲ୍ଲା ମଙ୍ଗଳ ଅଧିକାରୀ ସୁଶ୍ରୀ ମମତା ରାଣୀ ପରିଡ଼ାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବର ବିଜେଡି ଜିଲ୍ଲା ସଭାପତି ଦଣ୍ଡାସି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବରେ ଯୋଗଦେଇଥିବା ଛାତ୍ର ଛାତ୍ରୀ ଙ୍କ ମଙ୍ଗଳ କାମନା କରିଥିଲେ। ଏହା ସହ ସରଗି ଫୁଲ ଉଦଘାଟନ ସମାରୋହ ରେ ସ୍ଥାନୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକ,

ବଡଖଣି ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ ନାୟକ, ଲାଞ୍ଜିଆ ସୌରା ଉନ୍ନୟନ ଅଧିକାରୀ ଅନ୍ତର୍ଯ୍ୟାମୀ କହଁର, ମୋହନା ଥାନା ଅଧିକାରୀ, ଜିଲ୍ଲା ଅତିରିକ୍ତ ମଙ୍ଗଳ ଉନ୍ନୟନ ଅଧିକାରୀ, ବ୍ଲକ ମଙ୍ଗଳ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଦେଶର ଭବିଷ୍ୟତ ସେମାନେ ଯଦି ଉପରକୁ ଉଠି ସଫଳ ହେଲେ ଦେଶ ଜାତି ଜିଲ୍ଲା ଏବଂ ବିଦ୍ୟାଳୟର ସୁନାମ ହେବ ବୋଲି ଉପସ୍ଥିତ ଅତିଥି ମାନେ ପ୍ରକାଶ କରିଥିଲେ।

ତତ୍ ସଙ୍ଗେ ସଙ୍ଗେ ଜିଲ୍ଲାର ୬୪ଟି ବିଦ୍ୟାଳୟରୁ ଶତାଧିକ ଛାତ୍ର ଛାତ୍ରୀ ଏହି ସମାରୋହରେ ଉପସ୍ଥିତ ରହିବା ସହ ବିଜ୍ଞାନ ପ୍ରକଳ୍ପ ଗୁଡ଼ିକ ପଦର୍ଶନ କରିଥିଲେ। ଏହା ସଙ୍ଗେ ଜିଲ୍ଲା ସ୍ତରୀୟ ଭଲିବଲ ଖେଳ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଏହା ଦୁଇ ଦିନ ଧରି ଚାଲିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି। ଏହାକୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସୁ ପରିଚାଳନା କରିଥିଲେ। ସ୍ଥାନୀୟ ପୋଲିସ ଏହି ସମାରୋହରେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ମହାଶୟା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version