ଘିଅଖଲା ମଠପୁର ସ୍କୁଲରେ ପ୍ରାଥମିକ ଉପଚାର ସଚେତନତା ଓ ନିରାପତ୍ତା କାର୍ଯ୍ୟକ୍ରମ ଅନୁଷ୍ଠିତ

୧୮ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଘିଅଖଲା ମଠପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମନ୍ଦାକିନୀ ଦାସଙ୍କ ତତ୍ତ୍ଵାବଧାନରେ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ନିରାପତ୍ତା ପ୍ରାଥମିକ ଉପଚାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସମାଜରେ ଆଜୀବନ ସଭ୍ୟ ଓ ସେଣ୍ଟ ଜନ ଆମ୍ବୁଲାନ୍ସ ସଂଘର ସଂଗଠକ ଶ୍ରୀ ଅନନ୍ତ ଚରଣ ଖଟେଇଙ୍କ ସହଯୋଗରେ ଛାତ୍ର ଛାତ୍ରୀ ମାନଙ୍କୁ ନିଜର ସୁରକ୍ଷା ସହିତ ଅନ୍ୟ ମାନଙ୍କୁ କିଭଳି ସୁରକ୍ଷା ଦେଇ ହେବ, ତାହାର ଜ୍ଞାନ କୌଶଳ ଶ୍ରୀ ଅନନ୍ତ ଚରଣ ଖଟେଇ ପିଲାମାନଙ୍କୁ ଟ୍ରେନିଂ ଦେଇ ବୁଝାଇଥିଲେ ।

ଏହି କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷୟିତ୍ରୀ ମଣିଷ ଦେବୀ ଦାସ,ଶିକ୍ଷକ କିଶୋର ଚନ୍ଦ୍ର ସ୍ୱାଇଁ, ଶିକ୍ଷୟିତ୍ରୀ ସରୋଜିନୀ ଦାସ, ନଳିନୀ କେରକେଟା, ଶିକ୍ଷକ ବସନ୍ତ କୁମାର ନାୟକ, ସ୍କୁଲ ପରିଚାଳନା କମିଟି ସଭାପତି ବସୁଦେବ ପ୍ରଧାନ, ମୋ ସ୍କୁଲ କମିଟି ସଭାପତି ଅଭିମନ୍ୟୁ ସାହୁ, ଚିଲିକା ବ୍ଲକ ପୂର୍ବତନ ସହଶିକ୍ଷା ଅଧିକାରୀ କଣ୍ଡୁରୀ ଚରଣ ପ୍ରଧାନ, ସିଙ୍ଗଶ୍ୱର ଆଞ୍ଚଳିକ ସାଧନାକେନ୍ଦ୍ର ସଂଯୋଜକ ପାଣ୍ଡଵ ବିଶ୍ୱାସ ସମେତ ଜର୍ଣ୍ଣାଲିଷ୍ଟ ଗୋବିନ୍ଦ ଚନ୍ଦ୍ର ଜାଲି, ରିପୋଟର ଶେଖ ରୋଶନ,

ରିପୋଟର ବିଷ୍ଣୁ ଖୁଣ୍ଟିଆ ଙ୍କୁ ସ୍କୁଲ ତରଫରୁ ସମ୍ମାନୀତ କରାଯାଇଥିଲ। ଏହା ପରେ ବାଲୁଗାଁ ଅଗ୍ନିଶମ ବିଭାଗ ପକ୍ଷରୁ ସୁରକ୍ଷା ପାଇଁ ବିଭିନ୍ନ ଉପାୟରେ ନିଆଁ ଦାଉରୁ ବା ବିପଦ ବେଳେ କିଭଳି ଭାବରେ ସୁରକ୍ଷା କରିହେବ ତାହାର କୌଶଳ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇ ଥିଲେ ।

ବିପର୍ଜୟ ଓ ବିପଦ ସମୟରେ ନିଜକୁ ଦୃଢ ରଖି ନିଜେ ସୁରକ୍ଷିତ ରହିବା ସହ ଅନ୍ୟ ମାନଙ୍କୁ କିପରି ବିପଦରୁ ଉଦ୍ଧାର କରାଯାଇ ପାରିବ ସେ ସବୁର କୌଶଳ ଶ୍ରୀ ଅନନ୍ତ ଚରଣ ଖଟେଇ ଓ ଅଗ୍ନିଶମ ବିଭାଗ ଦ୍ଵାରା ସଫଳତାର ସହିତ ଶିକ୍ଷା ପ୍ରଦାନ କରି ଥିଲେ।ସେମାନଙ୍କର ଏହି ମହନୀୟ କାର୍ଯ୍ୟକୁ ଗ୍ରାମବାସୀ ସମୂହରେ ପ୍ରଶଂସା କରାଯାଇଥିଲା ।

 

 

Exit mobile version