ଭୁବନ ଥାନା ରେ ନରେଶ ସାହୁ ନୂତନ ଆଇଆଇସି ଭାବେ ଯୋଗଦେଲେ

୧୮ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନ ୧ :-> ଭୁବନ ଥାନା ରେ ନୂତନ ଆଇଆଇସି ଭାବେ ନରେଶ କୁମାର ସାହୁ ଯୋଗଦେଇଛନ୍ତି । ଶ୍ରୀଯୁକ୍ତ ସାହୁ ପୂର୍ବତନ ଆଇଆଇସି ଅମ୍ବିକା ପ୍ରସାଦ ପଟ୍ଟନାୟକ ଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଥିଲେ। ବିଦାୟୀ ଆଇଆଇସି ଶ୍ରୀଯୁକ୍ତ ପଟ୍ଟନାୟକ ଢେ଼ଙ୍କାନାଳ ଜିଲ୍ଲା ହେଡ କ୍ୱାଟର କୁ ବଦଳି ହୋଇଛନ୍ତି । ନୂତନ ଆଇଆଇସି ଶ୍ରୀଯୁକ୍ତ ସାହୁ ଏହା ପୂର୍ବରୁ ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନାରେ କାର୍ଯ୍ୟ କରୁଥିଲେ ।

ଜଣେ ଦକ୍ଷ, କର୍ତ୍ତବ୍ୟନିଷ୍ଠ,ଦୁର୍ନୀତିମୁକ୍ତ ତଥା ସଚ୍ଚୋଟ ଅଫିସର ଭାବେ ତାଙ୍କର ସୁନାମ ରହିଛି ।ଭୁବନ ରେ ଆଇନ ଶୃଙ୍ଖଳା ପରିସ୍ଥିତି ସହିତ ଥାନାକୁ ଆସୁଥିବା ଗରିବ ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ଗଣମାଧ୍ୟମ ପ୍ରତିନିଧି ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ ଆଲୋଚନା ରେ ପ୍ରକାଶ କରିଥିଲେ । ଭୁବନ ସାମ୍ବାଦିକ ସଂଘ ପକ୍ଷରୁ ନୂତନ ଆଇଆଇସି ଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ କରାଯାଇଥିଲା ।

Exit mobile version