ନିରାକାରପୁର : କୂଅରେ ପଡ଼ି ଯୁବକଙ୍କ ମୃତ୍ୟୁ

୧୮ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିରାକାରପୁର :-> ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ବଡ଼ ବଜାରରେ ଥିବା ଏକ କୂଅ ରେ ପଡ଼ି ଜଣେ ଯୁବକ ର ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନାଯୋଗ୍ୟ କି ଆଜି ସନ୍ଧ୍ୟା ସମୟରେ ପୁରୀରୁ ଏକ କାର ନଂ ଓଡି ୩୩ ଏଲ ୧୯୫୧ ରେ ୩ ଜଣ ଯୁବକ ରାମେଶ୍ବର ଛକ ଆଡ଼କୁ ଯାଉଥିବାବେଳେ ନିରାକାରପୁର ବଡ ବଜାରରେ ଗାଡି ରଖି ଚାଟ ଖାଇ ଥିଲେ।

ସେଥି ମଧ୍ୟରୁ ସମରେନ୍ଦ୍ର ବଳିଆରସିଂହ ନାମକ ଜଣେ ଯୁବକ ପରିସ୍ରା ବସାଇବାକୁ ଯାଉଥିବାବେଳେ ଅନ୍ୟ ମନସ୍କ ହୋଇ ଝୁଣ୍ଟି ପଡ଼ି ନିକଟସ୍ଥ ଏକ ଖୋଲା କୂଅରେ ପଡ଼ିଯାଇଥିଲି। ତୁରନ୍ତ ତାଙ୍କୁ ଲୋକେ ବାହାର କରିବା ବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ହସ୍ପିଟାଲ୍ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

Exit mobile version