ସ୍ବତସ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ପାଟଣାଗଡ ରେ ୧୨ ଘଣ୍ଟିଆ କୋଶଳ ମହାବନ୍ଦ ସଫଳ

୧୮ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼  :->  ପଶ୍ଚିମ ଓଡ଼ିଶା କୁ ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀକୁ ନେଇ କୋଶଲ ମୁକ୍ତି ମୋର୍ଚ୍ଚାର ଆହ୍ୱାନ କ୍ରମେ ପାଟଣାଗଡ଼ ରେ ମଧ୍ୟ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ସକାଳ ସାଢେ ଛଅଟାରୁ ଆରମ୍ଭ ହୋଇଥିଲା । କୋଶଲ ମୁକ୍ତି ମୋର୍ଚ୍ଚା ଓ ମିଳିତ କୋଶଳ କ୍ରିୟାନୁଷ୍ଠାନ କମିଟି ର ଆହ୍ୱାନକୁ ସମର୍ଥନ ଜଣାଇ ସହରର ଅନେକ ଅନୁଷ୍ଠାନ ବନ୍ଦ ଡାକରାରେ ସାମିଲ ହୋଇଥିଲେ । ସହରର ମୁଖ୍ୟ ରାସ୍ତା ସହ ପର୍ଶୁରାମ ଛକ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା । ଏପରିକି ରାମପୁର ବ୍ରିଜ ନିକଟରେ ମଧ୍ୟ ରାସ୍ତା ଉପରେ ଟାୟାର ଜାଳି ଅବରୋଧ କରାଯାଇଥିଲା ।

ସହରର ମୁଖ୍ୟ ରାସ୍ତା କୁ କୋଶଲ ମୁକ୍ତି ମୋର୍ଚ୍ଚାର କର୍ମକର୍ତ୍ତା ଓ କୋଶଳ ପ୍ରେମୀ ଯୁବକ ମାନେ କୋଶଳ ମାଁ ମାଟି ଓ ସ୍ବତନ୍ତ୍ର କୋଶଳ ଦାବୀ ନେଇ ବିଭିନ୍ନ ନାରାବାଜି ଦେଇ ରାସ୍ତା ଅବରୋଧ କରିଥିଲେ । ଦୀର୍ଘ ଦିନ ରୁ ସ୍ବତସ୍ତ୍ର କୋଶଳ ରାଜ୍ୟ ଗଠନ ଦାବି ହେଉଆସୁଥିବା ବେଳେ ରାଜ୍ୟ ସରକାର ଙ୍କ ବୈମାତୃକ ମନୋଭାବ ଯୋଗୁଁ ପଶ୍ଚିମାଞ୍ଚଳ କୁ ସବୁ କ୍ଷେତ୍ର ରେ ଅବହେଳା କରାଯାଉଥିବା ନେଇ କୋଶଳ କର୍ମୀ ମାନେ ସ୍ଵତନ୍ତ୍ର କୋଶଳ ରାଜ୍ୟ ଗଠନ ପାଇଁ ଦାବି କରିଥିଲେ । ସାଢେ ଛଅଟାରୁ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ଆଇଆଇସି ବ୍ରଜକିଶୋର ପଣ୍ଡା ଙ୍କ ସହ ତାଙ୍କ ଷ୍ଟାଫ୍ ପଟ୍ରୋଲିଂ କରି ତଦାରଖ କରିଥିଲେ ।

ସହରର ଅନେକ ଅନୁଷ୍ଠାନ ମଧ୍ୟ ଏହି ମହାବନ୍ଦ ଡାକରା ସାମିଲ ହୋଇଥିଲେ । ସହର ମୂଖ୍ୟ ରାସ୍ତା କୁ ଅବରୋଧ କରାଯାଇଥିବାରୁ ଯାତାୟତ ସଂପୂର୍ଣ୍ଣ ଠପ୍ ହୋଇପଡିଥିଲା । ସହରରେ ଆମ୍ବୁଲାନ୍ସ ,ଅଗ୍ନିଶମ ଗାଡି ବ୍ୟତିତ ଜରୁରୀ କାଳୀନ ପରିସ୍ଥିତି ଦୁଇ ଚକିଆ ଯାନ କୁ ଛଡ଼ା ଯାଇଥିଲା । ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ, ଅଫିସ, କୋର୍ଟ କଚେରୀ ବନ୍ଦ ରହିଥିଲା । ଏହା ବ୍ୟତିତ ବଲାଙ୍ଗିର , ଖପ୍ରାଖୋଲ ,ବେଲପଡା , ଲାଠୋର, କଣ୍ଟାବାଞ୍ଜି ,ଯୋଗିମୁଣ୍ଡା,

ଘସିଏନ ,ତମିଆଁ ,ଧୁବଳପଡା ଆଦି କୁ ମଧ୍ୟ କୋଶଳ ପ୍ରେମି ମାନେ ବନ୍ଦ କରି ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବି ସର୍ମଥନ କରିଥିଲେ । ଏଥିରେ କୋଶଳ ମୁକ୍ତିମୋର୍ଚ୍ଚା ଆବାହକ ସୁଶିଲ କୁମାର ଗୁରୁ, ସୁବାଷ ଆଚାର୍ଯ୍ୟ ,ଡିଙ୍ଗର କୁମ୍ଭାର , ଭଜ ଶଙ୍କର ଦୀପ , ଜନସନ ନାଗ , ଜଗନ ମେହେର , କ୍ଷିରୋଦ୍ର ସାହୁ ,ଯୁବରାଜ ବଗାର ,ପ୍ରଫୁଲ୍ଲ ସାହୁ ,ରିଷ ବାଗ ,ବିପିନ ବରିହା ,ନକା ଧରୁଆ ,କ୍ଷିରୋଦ୍ର ଭୋଇ , ଲଙ୍କେଶ୍ଵର ବଗାର ଙ୍କ ସମେତ ଶତାଧିକ କୋଶଳ ପ୍ରେମୀ ସାମିଲ ଥିଲେ ।

Exit mobile version