Home ଓଡ଼ିଶା ଜାତୀୟ କଂଗ୍ରେସ ଦଳ ର ମୟୂରଭଞ୍ଜ ଜିଲ୍ଲାକୁ ଦୁଇ ଭାଗ ରେ ବିଭକ୍ତ ଘୋଷଣା by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ନିର୍ବାଚନ ପର୍ବ ଯେତିକି ପାଖେଇ ପାଖେଇ ଆସୁଛି ସେଥିକି ରାଜନୈତିକ ଦଳ ଗୁଡିକ ନିଜର ଭିତ୍ତିଭୂମି କୁ ସଦୃଡ କରିବାରେ ଭିଭିନ୍ନ ରଣକୌଶଳ ଆପଣାଉଥିବା ଦେଖିବାକୁ ମିଳୁଛି । ମୟୂରଭଞ୍ଜ ଜାତୀୟ କଂଗ୍ରେସ ମଧ୍ଯ ପଛରେ ନାହିଁ। ରାଜନୈତିକ ରଣକ୍ଷେତ୍ର ର ଦୌଉଡରେ କଂଗ୍ରେସ. ମଧ୍ଯ ସାମିଲ ହେବାକୁ ଯାଉଛି। କଂଗ୍ରେସ ଚିନ୍ତା କରୁଛି କିପରି ମୟୂରଭଞ୍ଜ ଜିଲ୍ଲାରେ ନିଜର ପୂର୍ବ ଗୌରବ ପେରାଇ ଆଣିବ ସେ ନେଇ କର୍ମକର୍ତ୍ତାଙ୍କ ମଧ୍ଯ ରେ ଚାଲିଛି ଅଙ୍କ କୋଷା । ନିର୍ବାଚନ ଗଣ ଦୌଡରେ କିପରି ସହଜ ଓ ସରଳ ହେବ ସେ ନେଇ କେନ୍ଦ୍ର ଓ ରାଜ୍ଯ ପ୍ରଦେଶ କମିଟି ର ଅନୁମୋଦନ କ୍ରମେ ମୟୂରଭଞ୍ଜ ଜାତୀୟ କଂଗ୍ରେସ ଦଳ କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଜିଲ୍ଲାର ଗୋଟିଏ ପଟେ ପୂର୍ବ ମୟୂରଭଞ୍ଜ ଓ ଅନ୍ଯ ପଟେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ହୋଇଛି । ଏହି ଘୋଷଣା ହେବା ଦ୍ବାରା କଂଗ୍ରେସ କର୍ମକର୍ତ୍ତାଙ୍କ ଭିତରେ ଆନନ୍ଦ ଦେଖା ଦେଇଛି । ତେଣୁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳ କର୍ମକର୍ତ୍ତା ମାନେ ପି ସି ସି ସଭାପତିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଧନ୍ୟବାଦ ଶୁଭେଛା ରେ A L C C ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ , ସାଂସଦ ରାହୁଲ ଗାନ୍ଧୀ , ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ , ରାଜ୍ଯ ପ୍ରଭାରୀ ଚେଷ୍ଟା କୁମାର ଙ୍କୁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ଯାମ ଚରଣ ହାଁସଦାଃ, ମୟୂରଭଞ୍ଜ ଜିଲ୍ଲା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରଫୁଲ ସାହୁ , ମୟୂରଭଞ୍ଜ ଜିଲ୍ଲାର ପୂର୍ବତନ ଉପସଭାପତି ବିଶ୍ବନାଥ ଦାସ , ମୟୂରଭଞ୍ଜ ଜିଲ୍ଲା ଦଳିତ ଓ ହରିଜନ ସେଲ୍ ର ସଭାପତି ଭାଗିରଥି ପାତ୍ର , ସଂଖ୍ଯାଲଘୁ ସେଲର ସଭାପତି ଏମ ଡି ଇନ୍ତେଖାବ୍ ଆଲ୍ଲାମ , କଂଗ୍ରେସ ର ବରିଷ୍ଠ ନେତା ରମେଶ ହାଁସଦାଃ ,ନେତୃତ୍ବ ମିଶନର ସଭାପତି ରଘୁରାମ ସାହୁ, ବରିଷ୍ଠ କଂଗ୍ରେସ ନେତା ଶିଶୁପଦ ମହାନ୍ତ , ବସନ୍ତ ପଟନାୟକ, ଅଶୋକ ଅଗ୍ରୱାଲ , ବେରେଲ ସିର୍କା, ଚିକୁ ମହାନ୍ତ , ସୁଶିଲ୍ ମହାନ୍ତ ଓ ଯୁବ କଂଗ୍ରେସ ନେତା କ୍ରିଷ୍ଣା ମାରାଣ୍ଡୀ ପ୍ରମୁଖ ଶୁଭେଛା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଆଗାମୀ ୨୦୨୪ ନିର୍ବାଚନ ରେ କଂଗ୍ରେସ ଦଳ ନିଜର ଦଳକୁ ଶଶକ୍ତ କରିବା ପାଇଁ ଅଣ୍ଟା ଭିଡିବା ଆରମ୍ଭ କରିଛି । Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content Vedanta Aluminium Coal Mines showcases next-generation mining technologies at 6th CLI Expo 2026 by Proprietor Abhimanyu Maharana September 10, 2026 ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ by Proprietor Abhimanyu Maharana September 10, 2026 Corrosion-resistant steel solution designed for construction, infrastructure, manufacturing and engineering applications by Proprietor Abhimanyu Maharana September 10, 2026 Actress Ms. Sreeleela Unveils Kalyan Jewellers’ First Showroom in Rayagada by Proprietor Abhimanyu Maharana September 10, 2026 ଅଭିନେତ୍ରୀ ଶ୍ରୀଲୀଳାଙ୍କ ଦ୍ୱାରା ରାୟଗଡ଼ାରେ କଲ୍ୟାଣ ଜୁଏଲର୍ସର ପ୍ରଥମ ସୋ’ରୁମ ଉନ୍ମୋଚିତ by Proprietor Abhimanyu Maharana September 10, 2026 ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଭବ୍ୟ ସମାପନ, ପ୍ରତିଷ୍ଠିତ ପୁରସ୍କାର ପ୍ରଦାନ ସମାରୋହ ସହିତ ସୃଜନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ମନୋମୁଗ୍ଧକର ପ୍ରସ୍ତୁତି “ମାଟି” by Proprietor Abhimanyu Maharana September 10, 2026