ରକ୍ତଦାନ କଲେ ବିଜୁ ଜନତା ଦଳର ଯୁବ କର୍ମୀ

୧୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :-> ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକ ଏମ.ଭି.୧୦୮ ଗ୍ରାମର ସୁଭାଷ କର୍ମକାର ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସତ ହେଉଥିବା ସମୟରେ ତାଙ୍କୁ ହଠାତ୍ ବି ପଜେଟିବ ରକ୍ତର ଆବଶ୍ୟକ ହୋଇଥିଲା । ତେବେ ଏହି ଖବର ମାଲକାନଗିରି ଜ଼ିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ଓଡ଼ିଶା ମୋ ପରିବାର ଜ଼ିଲ୍ଲା ଜୀବନ ବିନ୍ଦୁ ସଂଯୋଯକ ଶ୍ରୀଯୁକ୍ତ ମାନସ ମାଡକାମି ଜାଣିବା ପରେ ତୁରନ୍ତ ଯୁବ ନେତା ବି.ବିଭୁତି ଭୁଷଣ ଙ୍କୁ ଯୋଗାଯୋଗ କରିଥିଲେ ।

ପରେ ମାନବିକତା ଦେଖାଇ ନିଜେ ବି.ବିଭୁତି ଭୁଷଣ ରକ୍ତଦାନ କରିଥିଲେ । ତାଙ୍କର ଏଭଳି କାର୍ଯ୍ୟ ଯୋଗୁଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।ଏହି ଅବସରରେ ମାଲକାନଗିରି ପୌରପରିଷଦ କାଉଁଶୀଲର ବିକାଶ ଦାସ,ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳିର ବିଶିଷ୍ଠ ସମାଜସେବୀ ଯଥା ଯୁବ ନେତା ଜୟନ୍ତ କୁମାର ବେହେରା,କେ.ରାହୁଲ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କ ମନବଳ ବଢ଼ାଇଥିଲେ |

Exit mobile version