ଜଳସମ୍ପଦ ମନ୍ତ୍ରୀଙ୍କ ଦ୍ୱାରା କଲ୍ୟାଣ ମଣ୍ଡପ ଶିଳାନ୍ୟାସ

ଓଡିଶା ତାଜା ନ୍ୟୁଜ୍ (୧୫ଜୁଲାଇ୨୦୨୦,ବୁଧବାର ) ବାଲିକୁଦା :- ଚତୁର୍ଦ୍ଦଶ ଅର୍ଥ କମିଶନରଙ୍କ ସ୍ଵତନ୍ତ୍ର ଅନୁଦାନରେ ବାଲିକୁଦା ବ୍ଲକର କାଳୀଓ ପଞ୍ଚାୟତ ଅଧୀନ ଭୋଦା ଗୁଣିଆଠେଙ୍ଗ ଏବଂ ବାଲିକୁଦା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ଅପରାହ୍ନରେ ବାଲିକୁଦା – ଏରସମା ବିଧାୟକ ତଥା ଓଡ଼ିଶା ସରକାରଙ୍କ ଜଳ ସମ୍ପଦ, ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ଦୁଇଟି ସ୍ଥାନରେ କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି ।

ଉକ୍ତ କାର୍ଯ୍ୟକ୍ରମରେ ବାଲିକୁଦା ପଞ୍ଚାୟତ ସମିତି ଅଧ୍ୟକ୍ଷା ମଧୁସ୍ମିତା ସାହୁ, ବାଲିକୁଦା ପଞ୍ଚାୟତ ସରପଞ୍ଚ ଅନୁସୁ୍ୟା ସାହୁ, ସମିତିସଭ୍ୟ ସୈାମ୍ୟଜିତ ମହାପାତ୍ର, କାଳୀଓ ସରପଞ୍ଚ ସସ୍ମିତା ମଲିକ, ସମିତିସଭ୍ୟା ସୂଲଚନା ସେଠୀ, ବିଡ଼ିଓ କଲ୍ୟାଣ ସୌରଭ ଦାସ, ବ୍ଲକ ସହକାରୀ ନିର୍ବାହୀଯନ୍ତ୍ରୀ ବୈରାଗୀ ଚରଣ ଜେନା, ଯନ୍ତ୍ରୀ ସୁବାସ ଚନ୍ଦ୍ର ସାହୁ, ଯୁବ ଆଇନଜୀବୀ ପ୍ରକାଶ ପ୍ରଧାନ, ସମାଜସେବୀ ରାଜକିଶୋର ସାହୁ, ଶ୍ରୀକାନ୍ତ ଦାସ, ଯୁଗଳ କିଶୋର ମହାନ୍ତି, ନାରୀନେତ୍ରୀ ସୁଚିଶ୍ମିତା ମହାନ୍ତି, ବୈଦ୍ୟନାଥ ବିଶ୍ଵାଳ, ବାବୁ ନାଥ, ଶିବ ପ୍ରସାଦ ପାତ୍ର, ଉଲାସ ମଲ୍ଲିକ, ନିମାଇଁ ଚରଣ ମହାନ୍ତି, କିଶୋର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ( ରିପୋର୍ଟ – ରଶ୍ମି ରଞ୍ଜନ ଖୁଣ୍ଟିଆ )

Exit mobile version