ଫୁଲ ନଖରା,ନିଆଳି ରାସ୍ତାର ଇଚ୍ଛାପୁର ପୋଲ ନିକଟ ଧାନ ବିଲରେ ପଡ଼ିଥିବା ଅଜଣା ଯୁବକ କ ର ଗଳିତ ମୃତ ବ୍ୟକ୍ତି ର ପରିଚୟ ମିଳିଲା

୧୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> ଫୁଲ ନଖରା ନିଆଳି ୬୦ ନଂ ରାଜ୍ୟ ରାଜପଥ ଇଛାପୁର ପୋଲ ନିକଟ ଧାନ ବିଲ ରେ ବ୍ୟକ୍ତିଙ୍କ ମୃତ ପଡ଼ିଥିବା ଘଟଣା ରେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଛି ।ମୃତକ ହେଲେ ୟୁନିଟ୍ ୧ ଭୂବନେଶ୍ଵର ଅଞ୍ଚଳର କେଳୁଚରଣ ରାରତ ରାୟ’ ସେ ଗତ ଶୁକ୍ରବାର ଧନତେରସା ଠାରୁ ଥିଲେ ନିଖୋଜ ‘ ନିଖୋଜ ନେଇ ବ୍ୟାପିଟାଲ ଥାନାରେ ପରିବାର ପକ୍ଷରୁ ହୋଇଥିଲା ଅଭିଯୋଗ ।

ତେବେ ଆଜ ସକାଳୁ କଟକ ଜିଲ୍ଲା ଓଲଟ ପୁର ଥାନା ଇଛା ପୁର ଠାରେ ଏକ ବିଲରୁ ଦୁର୍ଗନ୍ଧ ହେଉଥିବା ଜାଣି ଏକ ଗଳିତ ମୃତ ଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଯୋଲିସ ପଡିଥିବା ମୋବାଇଲ ରୁ ଯୋଗାଯୋଗ କରିବାରୁ ପରିବାର ଲୋକେ ପହଞ୍ଚି ଚିହ୍ନଟ କରିଛନ୍ତି ।

କେଳୁଚରଣଙ୍କୁ ହତ୍ୟା କରାଯାଇଥିବା ଭଉଣି ସସ୍ମିତା ରାରତ ରାୟ ଅଭିଯୋଗ କରିଛନ୍ତି। ଘଟଣାରେ ପୋଲିସ କୌଣଶି ପ୍ରତିକ୍ରିୟା ଦେଇ ନାହିଁ । ଏହି ମୃତ ଗଳିତ ଶବଟିକୁ ଦେଖିବା ପାଇଁ ପ୍ରବଳ ଜନଗହଳ ଲାଗିଥିଲା ।ଏହି ମୃତ ବ୍ୟକ୍ତି ଟି କେଉଁଠୁ ଆସିଥିଲା ତାଙ୍କର ପରିଚୟ ମିଳିନଥିଲା।

Exit mobile version