ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ

୧୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା- ଜଟଣୀ :-> ଜାତୀୟ ପ୍ରେସ ଦିବସ ଅବସରରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ବନମାଳି ଶତପଥୀ ପାଠାଗାର ପରିସରରେ ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି l ଏହି ସଭାରେ ଅନ୍ୟତମ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଗଣମାଧ୍ୟମ ପ୍ରତିନିଧି ଉମାଶଙ୍କର ମିଶ୍ର ଯୋଗ ଦେଇଥିଲେ l

ଏହି ମର୍ମରେ ଜଣେ ସାମ୍ବାଦିକ ଏକ ଧାରରେ ଜଣେ ସ୍ଵେଚ୍ଛାସେବୀ, ଏଣୁ ପ୍ରତ୍ୟେକଙ୍କୁ ଜଣେ ଜଣେ ଯୋଦ୍ଧା ହୋଇ ସାମାଜ ସେବା କ୍ଷେତ୍ରରେ ସାମିଲ୍ ହେବା ପାଇଁ ଅତିଥି ଗଣ ମତ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ହୃଷୀକେଶ ପାତ୍ର,ସୁରେଶ୍ ଛୋଟରାୟ, ପ୍ରଶାନ୍ତ କୁମାର ସାହୁ,ମମତା ବେହେରା,

ଦେବପ୍ରସାଦ ଦାଶ, ନବୀନଚନ୍ଦ୍ର ମହାପାତ୍ର, ମାନସ ରଥ, ମହମ୍ମଦ ଇଫତେଖାର୍ ଅଲ୍ଲୀ,ବାସୁଦେବ ଶତପଥୀ,ପରେଶ ପଟ୍ଟନାୟକ, ନୀଳାମ୍ବର ମିଶ୍ର, ବିଶ୍ୱନାଥ ପଟ୍ଟନାୟକ, ସୁକାନ୍ତ ଆଚାର୍ଯ୍ୟ, ନିରଞ୍ଜନ ବେହେରା, ସୁକାନ୍ତ କୁମାର ପରିଡା,କାଳନ୍ଦୀ ବ୍ରହ୍ମା ପ୍ରମୁଖ ଉପସ୍ଥିତ ଥିଲେ l

Exit mobile version