୧୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ସମ୍ପୂର୍ଣ ଭାବରେ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଉପରେ ନୟାଗଡ଼ ଟାଉନ୍ ରେଲୱେ ଷ୍ଟେସନରେ ଏକ ମକ ଡ୍ରିଲ ଅନୁଷ୍ଠିତ । ଟ୍ରେନ୍ ଲାଇନ ଚ୍ୟୁତ୍ କିମ୍ବା ଦୁର୍ଘଟଣା ପରି ଜରୁରୀ କାଳୀନ ପରିସ୍ଥିତିରେ ମଣ୍ଡଳର ସମସ୍ତ ବିଭାଗର ପ୍ରସ୍ତୁତି ଯାଞ୍ଚ କରିବାକୁ ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ଵାରା ନୟାଗ଼ଡ ଟାଉନ୍ ରେଲୱେ ଷ୍ଟେସନରେ ଏକ ମକ୍ ଡ୍ରିଲ୍ ଆୟୋଜନ କରା ଯାଇଥିଲା । ନୟାଗ଼ଡ ଟାଉନ୍ ରେଳ ଷ୍ଟେସନରେ ଏକ ତୀର୍ଥଯାତ୍ରୀ ଟ୍ରେନର ଦୁଇଟି କୋଚ ଲାଇନ ଚ୍ୟୁତ୍ ସମୟରେ ବିଭାଗ ଦ୍ୱାରା ନିଆଯାଇଥିବା ଉଦ୍ଧାର ଏବଂ ପୁନଃ ରୁଦ୍ଧାର କାର୍ଯ୍ୟ ଉପରେ ମକ୍ ଡ୍ରିଲ୍ କରାଯାଇଥିଲା । ପ୍ରକୃତ ସମୟ ଭିତ୍ତିରେ ମଣିଷ ଏବଂ ସାମଗ୍ରୀ ସହିତ ରିଲିଫ୍ ଅପରେସନ୍ କରାଯାଇଥିଲା ।
ଏହି ମକ୍ ଡ୍ରିଲରେ ଆହତ ତଥା ଫସି ରହିଥିବା ଯାତ୍ରୀଙ୍କୁ ପ୍ରଭାବିତ କୋଚରୁ ବାହାର କରିବା,ଚିକିତ୍ସା, ତଥା ଆହତ ମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର, ଯାତ୍ରୀଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇବା, ଅନୁକଂପା ରାଶି ପ୍ରଦାନ କରିବା, ଯାତ୍ରୀଙ୍କ ଲଗେଜ୍ ଏବଂ ଜିନିଷ ପତ୍ରର ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଭଳି ଉଦ୍ଧାର କାର୍ଯ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା ଏଥିରେ ପୁନଃ ରୁଦ୍ଧାର କାର୍ଯ୍ୟ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି, ଯେପରି’କି ଲାଇନ ଚ୍ୟୁତ୍ କୋଚ୍ ଗୁଡ଼ିକର ପୁନଃ ଅବସ୍ଥାପନ, ରେଳ ଟ୍ରାକର ଫିଟନେସ୍ ଏବଂ ପ୍ରଭାବିତ ମାର୍ଗରେ ଟ୍ରେନ୍ କାର୍ଯ୍ୟକୁ ସ୍ୱାଭାବିକ କରିବା ଇତ୍ୟାଦି ଅନ୍ତର୍ଭୁକ୍ତ।
ଖୋର୍ଦ୍ଧାରୋଡ଼ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍ ଏସ୍ ବାଜୱା ମକ୍-ଡ୍ରିଲରେ ଅଂଶଗ୍ରହଣ କରି ଟ୍ରେନ୍ ଲାଇନ ଚ୍ୟୁତ୍ କିମ୍ବା ଦୁର୍ଘଟଣା ପରି ଜରୁରୀକାଳୀନ ପରିସ୍ଥିତିରେ ଉଦ୍ଧାର ଏବଂ ପୁନଃ ରୁଦ୍ଧାର କାର୍ଯ୍ୟ ପାଇଁ ନିଯକୁ ପ୍ରସ୍ତୁତ ରହିବାକୁ ସେ କର୍ମଚାରୀ ମାନଙ୍କୁ ଅନୁରୋଧ କରିଛନ୍ତି।ସେ କହିଛନ୍ତି ଯେ, ଏହି ମକ୍ ଡ୍ରିଲ ପ୍ରକୃତ ଦୁର୍ଘଟଣା ସମୟରେ, ପ୍ରକୃତ କାର୍ଯ୍ୟ ପାଇଁ ଏକ ପ୍ରତିକୃତି ଏବଂ ମକ୍ ଡ୍ରିଲ୍ସ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସହିତ ଯୋଗାଯୋଗ ଦକ୍ଷତା ବିକାଶ କରେ।
ଏଥିରେ ଖୋର୍ଦ୍ଧାରୋଡ଼ ମଣ୍ଡଳର ମେଡିକାଲ୍ ଟିମ୍, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନ୍ଡିଆରଏଫ୍) ମୁଣ୍ଡଳି/କଟକ, ଓଡିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ୍ ଫୋର୍ସ (ଓଡିଆରଏଫ୍)ଖୋର୍ଦ୍ଧା, ନୟାଗ଼ଡର ଅଗ୍ନିଶମ ବିଭାଗର ଅଧିକାରୀ ମାନେ,ନୟାଗ଼ଡ ପୋଲିସ ଷ୍ଟେସନର ସ୍ଥାନୀୟ ପୋଲିସ, ରେଲୱେ ପୋଲିସ,ରେଳ ସୁରକ୍ଷା ବଲ, ସିଭିଲ ଡିଫେନ୍ସ,, ଖୋର୍ଦ୍ଧାରୋଡ଼ ସ୍କାଉଟ୍ସ-ଗାଇଡ୍ ଏବଂ ସମସ୍ତ ଶାଖା ଅଧିକାରୀ,
