ଡାହାଳିଆବାଗ ହରପାର୍ବତୀ ପୂଜା କମିଟି : କଟସଦର ଆଇଆଇସିଙ୍କୁ ଶାନ୍ତିଦୂତ ଏବଂ ଏସିପିଙ୍କୁ ଲୋକମିତ୍ର ଉପାଧିରେ – ସମ୍ମାନୀତ କଲେ

୧୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :->  ସିଏମସି ୫୮ ନମ୍ବର ୱ।ର୍ଡ଼ ଡାହାଳିଆବାଗ ଗ୍ରାମର ହରପlର୍ବତୀ ପୂଜା କମିଟି” ପକ୍ଷରୁ କଟକ ସଦର ଥାନା ଆଇଆଇସି ରଶ୍ମୀରଞନ ମହାପାତ୍ରଙ୍କୁ ଶାନ୍ତିଦୂତ ଏବଂ ଯୋନ-୪ ଏସିପି ଚନ୍ଦନ ଘଡେ଼ଇଙ୍କୁ ଲୋକମିତ୍ର ଉପାଧିରେ ଗୁରୁବାର ସନ୍ଧ୍ୟାରେ ସମ୍ମାନିତ କରାଯାଇଥିଲା । ଚଳିତ ବର୍ଷ ଦଶହରା ପୂଜା ଏବଂ ଭଷାଣୀ ଉତ୍ସବକୁ ଶାନ୍ତି ଶୃଙ୍ଖଲାର ସହିତ ଉଭୟ ଅଧିକାରୀଙ୍କ ନେତୃତ୍ୱରେ ସମାପନ ହୋଇଥିବାରୁ ଏହି ଉପାଧି ପ୍ରଦାନ କରାଯାଇଥିଲା l

 

ଏହା କେବଳ କଟକ ସଦର ପୋଲିସ ପ୍ରଶାସନ ଓ ପୂଜାକମିଟିର ସମସ୍ତ ସଭ୍ୟ ମାନଙ୍କ ଦ୍ୱାରା ସମ୍ଭବ ହୋଇ ପାରିଥିଲ l ଡାହାଳିଆବାଗ ହରପାର୍ବତୀ ପୂଜା କମିଟି ଗତ ବର୍ଷ ପରି ଚଳିତ ବର୍ଷ ସଭାନେତ୍ରୀ ଶିବାନୀ ଜେନାଙ୍କ ନେତୃତ୍ୱରେ ଶତାଧିକ ମହିଳା ଦଶହରା ଭସାଣି ପାଇଁ ସେମାନଙ୍କ ମେଢ଼ ସହିତ ଡାହାଳିଆବାଗ ଠାରୁ ଶୋଭାଯାତ୍ରାରେ ବାହାରି କାଠଯୋଡ଼ି ନଦୀ, ଗୋପାଳପୁର ପର୍ଯ୍ୟନ୍ତ ଯାଇ ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିଷର୍ଜନ କରି ନିଜ ଗ୍ରାମକୁ ଫେରିଥିଲେ l ଉକ୍ତ ମହିଳା ଶୋଭାଯାତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ସଦର ପୋଲିସ ପ୍ରଶାସନ ବହୁ ମହିଳା ପୋଲିସ ଯୋଗାଇ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ପୂଜା କମିଟିର ସଭାପତି ତଥା ଆଇନଜୀବି ବଦ୍ରି ନାରାୟଣ ମହାପାତ୍ର ,ସମ୍ପାଦକ ତଥା ପୂର୍ବତନ କର୍ପୋରେଟର କୌଶିକ ଜେନା, ପୂଜା କମିଟି କୋଷାଧକ୍ଷ ଦୀନକୃଷ୍ଣ ମହାନ୍ତି, ରବୀନ୍ଦ୍ର ନାୟକ, ତୋଫାନ ସ୍ୱାଇଁ,ରବୀନ୍ଦ୍ର ଖିଲାର, ପ୍ରଦୁମ୍ନ ମିଶ୍ର,ସୁଶାନ୍ତ ଜେନା,ମହେନ୍ଦ୍ର କୁଅଁର, ସଂଗ୍ରାମ ମହାନ୍ତି, ପ୍ରହଲ୍ଲାଦ କର, ସଚିକାନ୍ତ ମହାନ୍ତି, ଲଷ୍ମୀଧର ମହାନ୍ତି, ସୁମନ୍ତ ରାଉତ, ପ୍ରଦୀପ ଜେନା, ରଘୁପ୍ରସାଦ ଶତପଥୀ ଓ ସୁଶାନ୍ତ ମହାନ୍ତି, ତପନ ଦାସ, ଶିବାନୀ ଜେନାଙ୍କ ନେତୃତ୍ୱରେ ପୁନମ ମହାନ୍ତି,ସୋନମ ପଟ୍ଟନାୟକ, ଅନିତା ବେହେରା, ରିତୁ ଦାସ, ରାଧାରାଣୀ ରାଉତ ଆଦି ମହିଳା ମାନେ ଆ, ଆଇ. ଆଇ. ସି ଶ୍ରୀମତୀ ରୀନା ମିଶ୍ରଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ l

Exit mobile version