ଖୋର୍ଦ୍ଧା ପୋଲିସ୍ କୁ ବଡ଼ ସଫଳତା : 260ରୁ ଉର୍ଦ୍ଧ ଗୋରୁ ଙ୍କୁ ଉଦ୍ଧାର

୧୬ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା :-> ଖୋର୍ଦ୍ଧା ପୋଲିସ୍ ଏସପି ଙ୍କ ନିର୍ଦ୍ଦେଶ କ୍ରମେ, ଖୋର୍ଦ୍ଧା ପୋଲିସ୍ ତରଫ୍ ରୁ ଗତକାଲି, ଖୋର୍ଦ୍ଧା ଜିଲ୍ଲା, ଜାମୁସାହି ମୁସଲମାନ ଗ୍ରାମ ରେ ଚଢ଼ାଉ କରି 260ରୁ ଉର୍ଦ୍ଧ ଗୋରୁ ଙ୍କୁ ଉଦ୍ଧାର କରାଯାଇଥିଲା, ଉକ୍ତ ଗ୍ରାମ ରେ ଥିବା ମୁସଲମାନ ଲୋକ ମାନଙ୍କ ପଖରେ ଏତେ ମାତ୍ରା ରେ ଗାଈଗୋରୁ ରଖିବାର କାଗପତ୍ର ନଥିବ ହେତୁ ପୋଲିସ୍ ସମସ୍ତ ଗାଈଗୋରୁ ଙ୍କୁ ରକ୍ଷା କରି,

ଗୋଟେ ବଡ଼ ଗୋ ଚୋରା ଚାଲାଣ ରୁ ଉଦ୍ଧାର କଲେ, ଓ ତଦନ୍ତ କରି ଜାଣିବାକୁ ପାଇଲେ ଯେ ଉକ୍ତ ଗ୍ରାମ ର କିଛି ମୁସଲମାନ ଲୋକ, ଗୋରୁ ମାନଙ୍କୁ ବଡ଼ ବଡ଼ ଚାରିଚକିଆ କଣ୍ଟେନର ଗାଡି ଲୋଡ୍  କରି, ଓଡିଶା ଓ  ଓଡିଶା  ବାହାରକୁ ଚୋରା  ଚାଲାଣ କରିବା  ଉଦ୍ଦେଶ୍ୟ ରେ ରଖାଇଯାଇଥିଲ,

ସେଥିପାଇଁ ଖୋର୍ଦ୍ଧା ପୋଲିସ୍ ଏକ ମାମଲା ରୁଜ୍ଜୁ କରି ଉଦ୍ଧାର ଗାଈଗୋରୁ ମାନଙ୍କୁ ପଶୁଡାକ୍ତର ଙ୍କ ଦ୍ବାରା ପରୀକ୍ଷା ନିରୀକ୍ଷା କରି,ଗୋଶାଳା ରେ ଛାଡିଥିଲେ, ଏହି ଉଦ୍ଧାର କାର୍ଯ୍ୟ ଖୋର୍ଦ୍ଧା ପୋଲିସ୍ ଫୋର୍ସ ସହିତ ବୋଲଗଡ଼ ବେଗୁନିଆ ପୋଲିସ୍ SDPO, ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ଡା, ପ୍ରମୁଖ ଦାୟିତ୍ଵ ବହନ କରିଥିଲେ, 

ଏବଂ ରଣପୁର ବଜରଙ୍ଗଦଳ ର ସଦସ୍ୟ ଓ ଖୋର୍ଦ୍ଧା ପ୍ରାଣୀଚିକିତ୍ସକ ମାନେ,ଖୋର୍ଦ୍ଧା ପୋଲିସ୍ କୁ ଯଥାସମ୍ଭବ ସାହାଯ୍ୟ କରିଥିଲେ, ଖୋର୍ଦ୍ଧା ପୋଲିସ୍ ତରଫ ରୁ ଏହିପରି ନିରପେକ୍ଷ ପଦକ୍ଷେପ ନେଇ ଗାଈଗୋରୁ ଙ୍କୁ ରକ୍ଷା କରିଥିବାରୁ, ଜନତା ଙ୍କ ଦ୍ଵାରା ପ୍ରଶଂସା ର ପାତ୍ର ହୋଇପାରିଛନ୍ତି,

Exit mobile version