ନିରାକାରପୁର ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

୧୬ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା :-> ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଅଛି । ଏହି ପରିପ୍ରେକ୍ଷୀରେ ନିରାକାରପୁର ସାମ୍ବାଦିକ ସଂଘ ର ସଭାପତି ଦୀପକ ପ୍ରଧାନ ଙ୍କ ପୌରହିତ୍ଯ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳ ର ଉପସଭାପତି ବିପିନ କୁମାର ଜୟସିଂହ, ସମ୍ମାନିତ ଅତିଥି ଭାବେ ନିରାକାରପୁର ଥାନା ସଵ ଇନ୍ସପେକ୍ଟର ଦିପାଲିସା ନାୟକ ଓ ନିରାକାରପୁର ରାମଦୟା ପରିଷଦ ସଂପାଦକ ଗଂଗାଧର ତ୍ରିପାଠୀ ଯୋଗ ଦେଇ ଆଜିର ସାମ୍ବାଦିକତା ଦିବସ ଉପରେ ମତ ରଖିଥିଲେ ।

ପୋଲିସ- ସାମ୍ବାଦିକ- ରାଜନେତା ପରସ୍ପର ପରିପୂରକ ଭାବେ ଜଡିତ ଥିବା ବେଳେ ସାମ୍ବାଦିକ ଙ୍କ ସହଯୋଗ ରେ ପୋଲିସ କୁ ଖବର କରାଯାଏ । ଏହି କାର୍ଯ୍ୟକ୍ରମ ରେ ନିରାକାରପୁର ସାମ୍ବାଦିକ ସଂଘ ର ସଭାପତି ଦୀପକ କୁମାର ପ୍ରଧାନ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ସଂଘର ସମସ୍ତ ସଦସ୍ୟ ନିଜର ସାମ୍ବାଦିକତାର ଅଭିଜ୍ଞତା ବଖାଣି ଥିଲେ ।

ସଂଘ ପକ୍ଷରୁ କପିଳେଶ୍ୱର ସିଂହ, ବିଭୁତି ଭୁଷଣ ଦାଶ, ପ୍ରକାଶ କୁମାର ବଳିୟାରସିଂହ, ଞାନ ରଞ୍ଜନ ଦାଶ,ସୁଚିତ୍ର ରଞ୍ଜନ ଭୁଜବଳ, ଦାଶରଥି ଶ୍ରୀଚନ୍ଦନ,ବିକ୍ରମ କେଶରୀ ସାହୁ, ଉପସ୍ଥିତ ଥିବା ବେଳେ ଦାଶରଥି ଶ୍ରୀଚନ୍ଦନ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ରେ ପୂର୍ଣ ସହଯୋଗ କରିଥିଲେ ମନୋଜ ପ୍ରଧାନ।
 

Exit mobile version