ଡାକ୍ତରଖାନା କର୍ମଚାରୀ ଙ୍କ ଅବହେଳା ଯୋଗୁଁ ଚାଳିଗଲା ପ୍ରସୂତୀ ଙ୍କ ଜୀବନ

ସ୍ତ୍ରୀ ଅକାଳ ବିୟୋଗ ଯୋଗୁଁ ସ୍ବାମୀ ଙ୍କ ମାନସିକ ଭାରସାମ୍ୟ,ମାଆ ଛେଉଣ୍ଡ ହୋଇଗଲେ ତିନି କୋମଳମତୀ ଶିଶୁ ।

୧୬ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼  :-> ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ଯୋଗିମୁଣ୍ଡା ଉପସ୍ଵାସ୍ଥ୍ୟ କେନ୍ଦ୍ର ରୁ ସ୍ଥାନାନ୍ତର ହୋଇଥିବା ଜଣେ ପ୍ରସୂତୀ ମହିଳା ଙ୍କ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନା ରେ ମୃତ୍ୟୁ ଘଟିଛି । ପରିବାର ବର୍ଗ ସ୍ୱାସ୍ଥ୍ୟକର୍ମୀ ଙ୍କ ଅସାବଧାନତା ସହ ପ୍ରସୂତୀ ଗୃହ ରେଥିବା ଷ୍ଟାପ ନର୍ସ ଓ ରକ୍ତ ଭଣ୍ଡାର କର୍ମଚାରୀ ଙ୍କ ଅବହେଳା ଯୋଗୁଁ ମହିଳା ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଖପ୍ରାଖୋଲ ଥାନା ବାଗଝରଣ ଗାଁ ର ଜଗଦୀଶ ଭୂଏ ଙ୍କ ସ୍ତ୍ରୀ ମୌନାବତୀ ଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ବର୍ଗ ପ୍ରଥମେ ମୌନାବତୀ ଙ୍କୁ ସକାଳ ୬ ଟା ସମୟ ରେ ଯୋଗୀମୁଣ୍ଡା ଉପସ୍ଵାସ୍ଥ କେନ୍ଦ୍ର କୁ ଆଣିଥିଲେ ।

ଦୀର୍ଘ ବର୍ଷ ରୁ ଉକ୍ତ ସ୍ଵାସ୍ଥ୍ୟ କେନ୍ଦ୍ର ଦାୟିତ୍ବରେ ଥିବା ସ୍ଵାସ୍ଥ କର୍ମୀ ପଦ୍ମାବତୀ ମେହେର ଉକ୍ତ ଗର୍ଭବତୀ ମହିଳା ଙ୍କୁ ପ୍ରାଥିମିକ ଚିକିତ୍ସା କରିବା ସହ ଦିନ ୧୧ ଟା ସମୟ ରେ ପ୍ରସବ ହେବ ବୋଲି କହିଥିଲେ ।ଏହା ପରେ ସ୍ୱାସ୍ଥ୍ୟକର୍ମୀ ଜଣକ ଔଷଧ ,ଇନଜେକ୍ସନ ଓ ସ୍ଲାଇନ ଗର୍ଭବତୀ ମହିଲା ଙ୍କୁ ଦେବା ଆରମ୍ଭ କରିଥିଲେ ।ପାଖାପାଖି ଦିନ ୧୧ ଟା ସମୟ ରେ ଉକ୍ତ ମହିଳା ଜଣକ ବିନା ଅସ୍ତ୍ରୋପଚାର ରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଶିଶୁ କନ୍ୟା ଜନ୍ମ ହେବାର ଅଳ୍ପ ସମୟ ବ୍ୟବଧାନ ପରେ ମହିଳା ଙ୍କ ପ୍ରବଳ ରକ୍ତ ସ୍ରାବ ହୋଇଥିଲା ।

ରକ୍ତ ସ୍ରାବକୁ ଅଟକାଇବା ପାଇଁ ସ୍ୱାସ୍ଥ୍ୟକର୍ମୀ ଜଣକ କୌଣସି ଏକ ଇନଜେକ୍ସନ ର ମଧ୍ୟ ପ୍ରଯୋଗ କରିଥିଲେ ।ଏହାପରେ ମଧ୍ୟ ମହିଳା ଙ୍କ ରକ୍ତ ସ୍ରାବ ବନ୍ଧହୋଇ ନ ଥିଲା । ନିରୁପାୟ ହୋଇ ସ୍ୱାସ୍ଥ୍ୟକର୍ମୀ ଜଣକ ପ୍ରସୂତୀ ମହିଲା ଙ୍କୁ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ଡାକ୍ତର ଖାନା ପ୍ରସ୍ତୂତୀ ଗୃହ ରେ ଷ୍ଟାପ ନର୍ସ ମାନେ ଚିକିତ୍ସା ପାଇଁ ମହିଳା ଭିତର କୁ ନେଇଥିବା ବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରସୂତୀ ଗୃହକୁ କୌଣସି ଡାକ୍ତର ଯାଇନଥିଲେ ।ପରେ କିନ୍ତୁ ଷ୍ଟାପ ନର୍ସ ମାନେ ମହିଳା ଙ୍କ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କୁ ଓ ପୋଜିଟିଭ ରକ୍ତ ଆବଶ୍ୟକ ବୋଲି ପରିବାର ବର୍ଗ ଙ୍କୁ ଜଣାଇଥିଲେ ।

ରକ୍ତ ଭଣ୍ଡାରରେ ଓ ପୋଜିଟିଭ ରକ୍ତ ମହଜୁଦ ଥିବାବେଳେ ଏଭଳି ଏକ ଜରୁରୀ କାଳିନ ପରିସ୍ଥିତ ରେ ବ୍ଳଡ ଵ୍ୟାଙ୍କ କର୍ମଚାରୀ ମାନେ ବିନା ଏକ୍ସଚେଞ୍ଜ ରେ ରକ୍ତ ଦିଆଯାଇପାରିବ ନାହିଁ ବୋଲି ରୋକ ଠୋକ ମନାକରି ଦେଇଥିଲେ ।ପରିବାର ବର୍ଗ ଦୀର୍ଘ ଦୀର୍ଘ ୨ ଘଣ୍ଟା ପର୍ଯ୍ୟନ୍ତ ରକ୍ତ ଭଣ୍ଡାର ଦାୟୀତ୍ବ ରେ ଥିବା କର୍ମଚାରୀଙ୍କୁ ରକ୍ତ ପାଇଁ କାମୁତୀମିନତୁ ହୋଇଥିଲେ ।ଶେଷରେ ମହିଳା ଙ୍କ ବଡ଼ ଭାଇ ହେମନ୍ତ ଛତ୍ରିଆ ଗାଁ ରୁ ଆସି ନିଜେ ରକ୍ତ ଦେବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଠିକ୍ ଏହି ସମୟ ରେ ମହିଳା ଙ୍କ ପ୍ରାଣବାୟୁ ଉଡିଯାଉଥିଲା ।

ମୃତ ମହିଳା ଙ୍କୁ ୧୧ ଓ ତିନି ବର୍ଷର ଦୁଇଟି ଝିଅ ଥିବାବେଳେ ଉଭୟେ ସ୍ଵାମୀ ସ୍ତ୍ରୀ ଦିନ ମଞ୍ଜୁରୀ କାମ କରି ପରିବାର ପ୍ରତିପୋଷଣ କରୁଥିଲେ ।ସ୍ତ୍ରୀ ଙ୍କ ଅକାଳ ବିୟୋଗ ଯୋଗୁଁ ସ୍ଵାମୀ ଭାଙ୍ଗି ପଡିଥିବା ବେଳେ ୩ ଝିଅ ମାଆ ଛେଉଣ୍ଡ ହୋଇ ପଡିଛନ୍ତି । ଏ ସଂକ୍ରାନ୍ତ ରେ ସ୍ବାସ୍ଥ୍ୟକର୍ମୀ ପଦ୍ମାବତୀ ମେହେରଙ୍କୁ ପଚାରିବା ରୁ ଉପସ୍ଵାସ୍ଥ କେନ୍ଦ୍ରରେ ଶିଶୁ କନ୍ୟା ଜନ୍ମ ହେବା ପରେ ମହିଳା ଙ୍କ ଅତ୍ୟଧିକ ରକ୍ତସ୍ରାବ ସହ ରକ୍ତଚାପା ବଢ଼ିଯାଇଥିବାରୁ ମହିଳା ଙ୍କୁ ପାଟଣାଗଡ ଉପଖଣ୍ଡ ଡାକ୍ତର ଖାନା କୁ ସ୍ଥାନାନ୍ତର କରିଥିଲି ।

ବିନା ଅସ୍ତ୍ରୋପଚାରେ କେମିତି ଅତ୍ୟଧିକ ରକ୍ତସ୍ରାବ ହେଲା ବୋଲି ପଚରାବାରୁ ଆଜ୍ଞା ମୁଁ କହିପାରିବି ନାହିଁ ବୋଲି କହିବା ସହ ମହିଳା ଙ୍କ ଛାତି ଦରଜ ହେବା ସହ ବାନ୍ତି ହେଉଥିଲା ବୋଲି କହିଥିଲେ । ଉପରୋକ୍ତ ଘଟଣା ସମ୍ପର୍କ ରେ ଦାୟୀତ୍ବ ରେ ଥିବା ଏସଡିଏମଓ ଡ଼ ପିତବାସ ସା ଙ୍କୁ ପଚାରିବାରୁ ମତେ ସାକ୍ଷାତ କଲେ ସବିଶେଷ କଥା କହିବି ବୋଲି କହିବା ସହ , ଜରୁରୀ ସ୍ଥଳେ ବିନା ଏକ୍ସଚେଞ୍ଜ ରେ ମଧ୍ୟ ରୋଗୀକୁ ରକ୍ତ ଦେବାର ବ୍ୟବସ୍ଥା ରହିଛି ବୋଲି ପ୍ରକାଶ କରିଥିଲେ । ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହ କାହା ଅବହେଳା ଯୋଗୁଁ ଆମ ବୋହୁ ର ଜୀବନ ଚାଳିଗଲା ବୋଲି ପରିବାର ବର୍ଗ ତଦନ୍ତ ପୂର୍ବକ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ।

Exit mobile version