୪୫ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ

୧୬ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲାର ମୋହନା ଥାନା ଅଂଚଳରେ ବେ- ଆଇନ ହୋଇଥିବା ଗଞ୍ଜେଇ ଚାଷକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାର ଙ୍କ ନିର୍ଦ୍ଦେଶ ପ୍ରକାରେ ନଷ୍ଟ କରିଛନ୍ତି ମୋହନା ପୋଲିସ, ଅବକାରୀ ଏବଂ ବନ ବିଭାଗ । ପୋଲିସ ପ୍ରାୟ ୪୫ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରିଛନ୍ତି ।

ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସଦଳବଳେ ବନ ବିଭାଗ ଏବଂ ଅବକାରୀ ବିଭାଗର ନେତୃତ୍ଵ ନେଇ କୋଟି କୋଟି ଟଙ୍କାର ଚାଷ ନଷ୍ଟ କରିଥିବା ଜଣାପଡିଛି। ମୋହନା ଥାନା କେସ ନମ୍ବର ୧୮୨/୨୩ପ୍ରକାରେ ଅବକାରୀ ଆଇନ ଅନୁଯାୟୀ ପାଞ୍ଚ ଜଣ ଙ୍କ ନାମରେ କେସ ରୁଜୁ ହୋଇଥିବା ଦେଖିବାକୁ ମିଳିଛି। ବିଭାଗୀୟ ଅଧିକାରୀ ଙ୍କ ନିର୍ଦ୍ଦେଶ ପ୍ରକାରେ ପ୍ରତି ବର୍ଷ ଏହିପରି ଗଞ୍ଜେଇ ଅମଳ ସମୟରେ କୋଟି କୋଟି ଟଙ୍କାର ଚାଷ ନଷ୍ଟ କରୁଥିବା ପ୍ରକାଶ।

Exit mobile version