ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ରେ ଯୋଗଦେଲେ ଦଶପଲ୍ଲା ବିଧାୟକ

୧୬ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ବାହାଡ଼ା ଝୋଲା ସରକାରୀ ମଧ୍ଯ ଇଂରାଜୀ ବିଦ୍ୟାଳୟରେ ୨୮ ତମ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ସଭାପତତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ବିଜ୍ଞାନ ମେଳା ଅନୁଷ୍ଠିତ ହେବା ଦ୍ବାରା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କିପରି ବୈଜ୍ଞାନିକ ମନୋବୃତି ଅନୁଷ୍ଠିତ ହୋଇଥାଏ ସେ ଉପରେ କହିଥିଲେ।

ତତ୍ ସହିତ ବିଜ୍ଞାନ ପ୍ରକଳ୍ପ ଗୁଡ଼ିକ ଦେଖିବା ସହ ଜିଲ୍ଲା ସ୍ତରକୁ କୃତିତ୍ୱ ଅର୍ଜନ କରିଥିବା ପ୍ରକଳ୍ପ ର କୁନି ବୈଜ୍ଞାନିକ ମାନଙ୍କୁ ପୁରସ୍କୃତ କରିଥିଲେ।ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର,ବିଡ଼ିଓ ବାସୁଦେବ ନାୟକ,ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା,ସମାଜ ସେବୀ ଶଙ୍କର୍ଷଣ ବେହେରା, ସିଙ୍ଗାର ପଲ୍ଲୀ ସରପଞ୍ଚ ଗାୟତ୍ରୀ ବେହେରା,

ଗୁମୀ ସରପଞ୍ଚ ବବୃ ମହାରଣା,ସମିତି ସଭ୍ୟ ସଞ୍ଜୀବ କୁମାର ଡାକୁଆ, ବେରୁଆଁ ବାରି ସରପଞ୍ଚ ସୁଶାନ୍ତ କୁମାର ସାହୁ ,ସମିତି ସଭ୍ୟ,ହରିପୁର ସରପଞ୍ଚ ଜିତେନ୍ଦ୍ର ଖଟୁଆ ,ସମିତି ସଭ୍ୟ , ବାହାଡ଼ ଝୋଲା ସରପଞ୍ଚ,ସମିତି ସଭ୍ୟା,ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ,କବିତା କୁମାରୀ ଦାଶ ପ୍ରମୁଖ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ଯୋଗ ଦେଇଥିଲେ।

ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ରେ ୬୮ ଟି ବିଦ୍ୟାଳୟରୁ ୯୫ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ନୂଆଗାଁ ଉଚ୍ଚ ବିଦ୍ୟାଳୟ, ନୂଆଗାଁ ବାଳିକା ଉଚ୍ଚ ବିଦ୍ୟାଳୟ,ଉଦୟପୁର ସରକାରୀ ଅପ ଗ୍ରେଟେଡ ହାଇସ୍କୁଲ, ମହିପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାହାଡ଼ ଝୋଲା ସରକାରୀ ଉଚ୍ଚ ବିଦ୍ୟାଳୟ ର କୁନି ବୈଜ୍ଞାନିକ ମାନଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିବା ପ୍ରକଳ୍ପ ଗୁଡ଼ିକ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛି ।

Exit mobile version