ଦୋକାନ ଗୃହ ଆବଣ୍ଟନରେ : ହେରା ଫେରି – ଆନ୍ଦୋଳନର ଚେତାବନୀ

ଗରିବ ଉଠା ଦୋକାନୀଙ୍କୁ ଦିନବେଳେ ବିଡ଼ିଓ ଦେଖାଇଲେ – ଲଣ୍ଠନ

୩୦ ହଜାର ଟଙ୍କା ଲାଞ୍ଚ ନଦେଲେ ଦୋକାନ ଦିଆଯିବ ନାହିଁ ବୋଲି କହିବା ପରେ ସେମାନେ ବାଧ୍ୟହୋଇ ଏହି ଟଙ୍କା ପ୍ରଦାନ କରିଛନ୍ତି ।

ଉଠା ଦୋକାନୀ, ଗ୍ରାମର ଯୁବଗୋଷ୍ଠୀ ଓ ଗ୍ରାମବାସୀ  ୨୦ ତାରିଖରେ ରାସ୍ତାରୋକ କରିବାକୁ ଚେତାବନୀ .

 ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ଗଜପତି ଜିଲ୍ଲା ଆର,ଉଦୟଗିରି ସହରରେ OSRTC ବିଭାଗ ଦ୍ବାରା ୨ କୋଟି ଉଦ୍ଦ୍ବ ଟଙ୍କା ଖର୍ଚକରି ନୁତନ ବସଷ୍ଟାଣ୍ଡ ସହ ୧୫ ଗୋଟି ବଜାର ଗୃହ ନିର୍ମାଣ କରାଯାଇଛି । କିଛି ମାସ ତଳେ ମୂଖ୍ୟମନ୍ତୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫ୍ରେସନ୍ ମାଧ୍ୟମରେ ଉଦ୍ଘାଟନ କରିଥିଲେ । ନିର୍ମାଣ ବଜାର ଗୃହକୁ OSRTC ବିଭାଗର ନିର୍ଦେଶରେ କିଛି ଦିନ ତଳେ ସ୍ଥାନୀୟ ବ୍ଳକ ପ୍ରଶାସନ ତରଫରୁ ୧୫ ଟି ବଜାର ଗୃହ ବିନା ନୋଟିସିରେ ବଣ୍ଟନ କରିଥିଲେ ।

ପୂର୍ବରୁ ନେଇଥିବା ପାଇଥିବା ୯ଜଣ ଦୋକାନୀ ଘରରୁ ମଧ୍ୟ ୩୦ ହଜାର ଟଙ୍କା ଲାଞ୍ଚ ନଦେଲେ ଦୋକାନ ଦିଆଯିବ ନାହିଁ ବୋଲି କହିବା ପରେ ସେମାନେ ବାଧ୍ୟହୋଇ ଏହି ଟଙ୍କା ପ୍ରଦାନ କରିଛନ୍ତି । ଏହାକୁ ବିରୋଧି କରି କିଛିଦିନ ତଳେ ପଞ୍ଚାୟତ କାର୍ଯ୍ୟାଳୟ ସମୁଖରେ ଦୁଇଜଣ ଦୋକାନୀ ଅନଶନ କରିଥିଲେ ।

ଆଉ ବଳକା ବଜାର ଗୃହକୁ ବ୍ଳକ ବିଡିଓ ଦୋକାନ ନକରୁ ବ୍ୟକ୍ତି ସହ ଏକ ବିଜେଡି ଦଳର ନେତା ଓ କର୍ମୀଙ୍କୁ ବଜାର ଗୃହ ଦିଆଯାଇଥିବାକୁ ନେଇ ଗ୍ରାମର ରାସ୍ତାକଡରେ କରୁଥିବା ଉଠା ଦୋକାନୀ, ଗ୍ରାମର ଯୁବଗୋଷ୍ଠୀ ଓ ଗ୍ରାମବାସୀ ଏକତ୍ରିତ ହୋଇ ୨୦ ତାରିଖରେ ରାସ୍ତାରୋକ କରିବାକୁ ଚେତାବନୀ ଦେଇଛନ୍ତି ।

ଯଦି ଏହି ବଜାର ଗୃହର ଆବଣ୍ଟନକୁ ରବ୍ଦୁ କରି ପୂର୍ନବାର ବଜାର ଗୃହକୁ ନୋଟିସ୍ କରିବା ସହ ଲଟିରି ମାଧ୍ୟମରେ ବଣ୍ଟନ କରିବା ଦାବି ନେଇ ଗ୍ରାମର ଯୁବଗୋଷ୍ଠୀ ଏକ ଦାବି ପତ୍ର ଗଜପତି ଜିଲ୍ଲାପାଳ, ସ୍ଥାନୀୟ ବିଡିଓ, ତହସିଲଦାର, ଥାନା ଅଧିକାରୀ ଏବଂ ସରପଞ୍ଚ ପ୍ରଦାନ କରିଛନ୍ତି ।

ଗୃହ ବଣ୍ଟନ ରୁଦ୍ଦୁ କରି ପୂର୍ନବାର ଗୃହକୁ ଲଟିରି କରି ବଣ୍ଟାଯାଉ ନଚେତ ଆସନ୍ତା ୨୦ ତାରିଖରେ ଗ୍ରାମବାସୀ ବ୍ରହ୍ମପୁର ପାରଳାଖେମଣ୍ଡ ମୁଖ୍ୟରାସ୍ତା ଅବରୋଧ, ଦୋକାନ ଓ ଗାଡି ମଟର ବନ୍ଧ କରିବା ଗ୍ରାମର ଯୁବଗୋଷ୍ଠୀ ଚେତାବନୀ ଦେଇଛନ୍ତି ।

Exit mobile version