ଫୁଲ ଚନ୍ଦନରେ ଶିଶୁ ଦିବସ

 ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲାର ରା. ଉଦୟଗିରି ବ୍ଲକ ଅନ୍ତର୍ଗତ କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ମହା ସମାରୋହରେ ଶିଶୁ ଦିବସ ପାଳିତ ହୋଇଯାଇଛି l ପ୍ରତି ବର୍ଷ ଭଳି ଏ ବର୍ଷ ଶିଶୁ ଦିବସ ପାଳିତ ହୋଇଥିଲେ ମଧ୍ୟ ଏଥିରେ କିଛି ନୂତନତ୍ୱ ପରିଲକ୍ଷିତ ହୋଇଛି l ଯାହା କି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କ ସହିତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପିଲାମାନଙ୍କ କପାଳରେ ଫୁଲ, ଚନ୍ଦନ,ସିନ୍ଦୁର ଓ ହଳଦୀ ଲଗାଇ ହୁଳହୁଳି ଦେଇ ଅତି ଆଦର ସହକାରେ ସ୍ୱାଗତ କରିଥିଲେ l

ପିଲାମାନେ ଦେଶର ଭବିଷ୍ୟତ l ପିଲା ହସିଲେ ଦୁନିଆ ହସେ,ଏଣୁ ଏହି ଭାବନlକୁ ପାଥେୟ କରି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ପିଲାମାନଙ୍କ ମଧ୍ୟରେ ଭାଷଣ, ସଂଗୀତ, ସାଧାରଣ ଜ୍ଞାନ ଓ ଚିତ୍ରାଙ୍କନ ଆଦି ପ୍ରତିଯୋଗିତାର ଆୟୋଜନ କରାଇ ଥିଲେ l

ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ପିଲlଟିଏ ମାଟି ପିଣ୍ଡୁଳା ପରି ତାହାକୁ ଆମେ ଯେପରି ଚାହିଁବା ସେପରି ଗଢି ପରିବା ବୋଲି ନିଜସ୍ୱ ଭାଷଣରେ ପ୍ରଧାନଶିକ୍ଷକ ମତବ୍ୟକ୍ତ କରିଥିଲେ l ଏହି ଅବସରରେ ବିଦ୍ୟାଳୟର ସମସ୍ତ ପିଲାମାନଙ୍କ ପାଇଁ ଭୋଜି ଭାତର ଆୟୋଜନ କରାଯାଇ ପରିବେଶକୁ ମୁଖରିତ କରାଯାଇଥିଲା l

Exit mobile version