ଫାସିବାଦ ହଟାଅ ଦେଶ ବଞ୍ଚାଅ ଗଣତନ୍ତ୍ର ବଞ୍ଚାଅ ଦେଶ ବଞ୍ଚlଅ ବିଶାଳ ସମାବେଶ

୩ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ସିପିଆଇ (ଏମ୍ଏଲ) ଲିବରେସନ ତରଫରୁ ଗଜପତି ଜିଲ୍ଲା ମୋହନା ବ୍ଲକ ର ଚୁଡଗଂପୁର , ଜୁବା , ଅନ୍ତରବା ଓ ବେଶେରି ଗୁଡା ପଞ୍ଚାୟତ ବିଭିନ୍ନ ଗାଁ ଶତାଧିକ ମହିଳା ପୁରୁଷ ପାଲକୁଆ ଗାଁ ରେ ଯୋଗ ଦେଇଥିଲେ । ଉକ୍ତ ସଭାରେ ସୈଦରକ ମଲ୍ଲିକ ସଭାପତି ସଭା କରିବା ସହ ସି ପି ଆଇ (ଏମଏଲ) ଲିବରେସନ ରାଜ୍ୟ କମିଟି ସଭ୍ୟ ତ୍ରିପତି ଗମାଙ୍ଗ ଓ ନରସିଂହ ମଣ୍ଡଳ କେନ୍ଦ୍ର ଓ ରାଜ୍ୟ ସରକାର କଂ ଜନ ବିରୋଧି ନିତି ବିରୁଦ୍ଧରେ ତିବ୍ର ସମାଲୋଚନା କରିବା ସହ 24 11 2023 ତାରିଖ ଦିନ ଗଜପତି ଜିଲ୍ଲାପାଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ସଫଳ କରିବା ପାଇଁ ଆହ୍ବାନ ଦେଇଥିଲେ ।

ଆଦିବାସୀ ମାନଙ୍କ ଅଧିକାର ଜଗଂଲ ଅଧିକାର କୁ ବିଦେଶ କମ୍ପାନି ହାତରେ ଟେକି ଦେବା, ମକା ମଞ୍ଜି 1 କେଜି 100 ଟକାଂ ଧାର୍ଯ୍ୟ କରିବା, ସମସ୍ତ ରେସନ୍ କାର୍ଡ ଧାରିକୁଂ 50 କେଜି ଚାଉଳ ଏବଂ ମୋହନା ଏରିଆ ରେ ଭୋଗ ଦଖଲରେ ଥିବା ଜମି ର ପଟା – ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଯୋଗାଇ ବା , MGNREGA କାମରେ ବର୍ଷକୁ 200 ଦିନ କାମ ଦୈନିକ 600 ଟକାଂ ମଜୁରୀ ଯୋଗାଇବା, ଆଦିବାସୀ ମାନଙ୍କ ଆଦାୟ ହେଉଥିବା ମହୁଲ ,ଛାଞ୍ଚୁଣି, ଝୁଣା, କାଦୁଂଲ , ଝୁଡୁଙ୍ଗ ,ହଳଦି, ଅଦା,

ମକା ଓ ତେନ୍ତୁଳି ସରକାର ଅତିଶୀଘ୍ର TDCS ଜରିଆରେ କିଣିବାରେ ବ୍ଯବସ୍ଥା, ପଞ୍ଚାୟତ ର ପ୍ରତେକ ଗାଁ ରେ ପିଇବା ପାଣି ଯୋଗାଣ, କେନ୍ଦ୍ର ସରକାର ଙ୍କ ଜଂଗଲ ଅଧିକାର ଆଇନ 2022 ଓ ଗ୍ରାମ ସଭା କୁ ଅକାମୀ କରି ଦେବା ଚକ୍ରାନ୍ତ ବଦଂ କରିବା, ସମସ୍ତ କ୍ଷେତ ମଜଦୁର ମାନକୁଂ ଶିକ୍ଷା ଓ ସ୍ୱାସ୍ଥ୍ୟ ଘର ଡିହ ପଟା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ 5 ଲକ୍ଷ ଯୋଗାଇବା, ପ୍ରତ୍ୟେକ ବାର୍ଦ୍ଧକ୍ଯ- ବିକଳାଙ୍ଗ ଗରିବ ଲୋକ ମାନକୁଂ ମାସକୁ 3000 ଟକାଂ ପଞ୍ଚାୟତ କାର୍ଯ୍ୟାଳୟ ରେ ପେନସନ,

ସମସ୍ତ ଗରିବ ଲୋକ ମାନକୁଂ 200 ୟୁନିଟ୍ ବିଦ୍ୟୁତ୍ ମାଗଣା ରେ ଯୋଗାଇବ, ଜୟପୁର ଠାରୁ ମାଣିକ ପୁର, ଡାଳିମ୍ବପୁର, ଦିଧିଗୁଡି, ଜାରିଗିଦୁଆ, ଝରଣ ପୁର ଡକରପାଗାଂ, ଗୁତିଗୁଡା, ଡାଗେଂସ କାଲ ପର୍ଯ୍ୟନ୍ତ ପକ୍କା ରାସ୍ତା କରିବା ନେଇ ଦାବି କରାଯାଇଛି। ଏହି କାଯ୍ୟକ୍ରମ ସୈଇଦକ ମଲ୍ଲିକ , ନରସିଂହ ମଣ୍ଡଳ, ଇସାକ ମାଝୀ , ଲକ୍ଷ୍ମୀକାନ୍ତ ମିଶାଲ, ଇସ୍ରାଏଲ ମାଝୀ, ଯୋହନ ରଇତ, ଆ ୟୁବ ମାଝୀ ଓ ଲାବଣ୍ୟ ରାଇକା ଏବଂ ତ୍ରିପତି ଗମାଙ୍ଗ ସି ପି ଆଇ (ଏମଏଲ) ଲିବରେସନ ରାଜ୍ୟ କମିଟି ସଭ୍ୟ

Exit mobile version