ନିଳପଲ୍ଲି ମହିଳା ସିଲେଇ ତାଲିମ କେନ୍ଦ୍ରରେ ସମାବର୍ତ୍ତନ ଉତ୍ସବ ପାଳିତ

ସରପଞ୍ଚ ଶ୍ରୀ ପ୍ରଦୀପ କୁମାର ବାରିକ ଅତିଥି ରୂପେ ଯୋଗଦେଇ ପିଲାମାନଙ୍କୁ ସିଲେଇ ଶିକ୍ଷାର ମାନ, କାର୍ଯ୍ୟକାରିତା ଓ ମହିଳା ମାନଙ୍କ ସ୍ବାବଲମ୍ବୀ ହେବା ସହ ପରିବାର ର ଆର୍ଥିକ ଉନ୍ନତି ଦିଗରେ ବିଶେଷ ଆଲୋକପାତ କରୁଥିଲେ ।

୩ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ଶନିବାର ଉପର ବେଳା ୩ ଟା ସମୟରୁ ଆରମ୍ଭ ହୋଇ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ୍ ଅନ୍ତର୍ଗତ କୁଳାସର ପଞ୍ଚାଯତ,ନିଳପଲ୍ଲି ଚଣ୍ଡିଛକର ତ୍ରିନାଥ ବଜାରରେ ଅବସ୍ଥିତ ଡାଇମଣ୍ଡ ଲେଡିଜ୍ ଟେଲର ରେ ଶିକ୍ଷାର୍ଥୀ ମାନଙ୍କ ଉଦ୍ଦେଶ୍ୟରେ ପବିତ୍ର ଦୀପାବଳୀ ଉପଲକ୍ଷେ ସମାବର୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିକଟସ୍ଥ ଖୋର୍ଦ୍ଧା ଜିଲ୍ଲା, ବେଗୁନିଆ ବ୍ଲକ୍ ,ଗୋପାଳପୁର ପଞ୍ଚାଯତର ସୁନାମଧନ୍ୟ,ଦକ୍ଷ, ଉଚ୍ଚମନଭିଷ୍ଠ , ଦୂରଦୃଷ୍ଟି ସମ୍ପନ୍ନ ,

କର୍ତ୍ତବ୍ୟ ପରାୟଣ ସରପଞ୍ଚ ଶ୍ରୀ ପ୍ରଦୀପ କୁମାର ବାରିକ ଅତିଥି ରୂପେ ଯୋଗଦେଇ ପିଲାମାନଙ୍କୁ ସିଲେଇ ଶିକ୍ଷାର ମାନ, କାର୍ଯ୍ୟକାରିତା ଓ ମହିଳା ମାନଙ୍କ ସ୍ବାବଲମ୍ବୀ ହେବା ସହ ପରିବାର ର ଆର୍ଥିକ ଉନ୍ନତି ଦିଗରେ ବିଶେଷ ଆଲୋକପାତ କରୁଥିଲେ । ଏଥିରେ ଅନୁଷ୍ଠାନର ସମସ୍ତ ୨୦ ଜଣ ବାଳିକା ଶିକ୍ଷାର୍ଥୀ ମଧ୍ୟରୁ ୧୮ ଜଣ ଉପସ୍ଥିତ ଥିଲେ । ଅନୁଷ୍ଠାନ ର ସଂଯୋଜକ ଵିନୋଦ କୁମାର ସାହୁ ଓ ତାଙ୍କ ଧର୍ମ ପତ୍ନୀ ତଥା ଶିକ୍ଷାନୁଷ୍ଠାନର ପ୍ରଶିକ୍ଷକ ପଦ୍ମିନି ସାହୁଙ୍କୁ ଗ୍ରାମାଞ୍ଚଳର ମହିଳା ମାନଙ୍କ ଉନ୍ନତି ପାଇଁ ଏହି ଭଳି ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ ।

ତାଙ୍କ ପଞ୍ଚାୟତ ଗୋପାଳପୁର ର ମହିଳା ଓ ବାଳିକା ମାନଙ୍କୁ ଏଥିରେ ଭାଗ ନେବାକୁ ପଦକ୍ଷେପ ନେବା ପାଇଁ କହିଥିଲେ। ସଂସ୍ଥାର ସଂଯୋଜକ ଵିନୋଦ କୁମାର ସାହୁ କେନ୍ଦ୍ର ସରକାରଂକ ବିଶ୍ଵକର୍ମା ଯୋଜନା ବିଷୟରେ ପିଲା ମାନଙ୍କୁ ଅବଗତ କରାଇବା ସହ ସ୍ଥାନୀୟ ଅଞ୍ଚଳରେ ଅଧିକରୁ ଅଧିକା କ୍ଷେତ୍ରରେ ବିଭିନ୍ନ କୌଳିକ ଶିକ୍ଷାକୁ ପ୍ରଶିକ୍ଷଣ ମଧ୍ୟମରେ ଲୋକାଭିମୁଖୀ କରିବାକୁ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ପରି ଶେଷରେ ସିଲେଇ କେନ୍ଦ୍ରର ପ୍ରଶିକ୍ଷକ ପଦ୍ମିନୀ ସାହୁ ଉପସ୍ଥିତ ଅତିଥି ସରପଞ୍ଚ ଶ୍ରୀ ପ୍ରଦୀପ ବାବୁଙ୍କୁ ଓ ପିଲା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version