ଏମ କେ ସି ଜି ଦିବ୍ୟାଙ୍ଗ ବିଦ୍ୟାଳୟରେ ଦିପାବଳୀ ଉତ୍ସବ ପାଳିତ କରିଯାଇଛି

୧୩ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବ୍ଳକର କଣ୍ଟେଇକୋଳି ଠାରେ ରବିବାର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ, ବଧିର ଓ ମାନସିକ ଅନଗ୍ରସର ପକ୍ଷଘାତ ସ୍ବତନ୍ତ ବିଦ୍ୟାଳୟରେ ଦିପାବଳୀ ତଥା ଆଲୋକର ପର୍ବକୁ ଅତି ଆଡମ୍ବର ସହକାରେ ପାଳିତ କରାଯାଇଥିଲା ।

ଉକ୍ତ ଉତ୍ସବରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତୀ ତଥା ଅନ୍ୟାନ୍ୟ କର୍ମଚାରୀ ଏବଂ ବିଦ୍ୟାଳୟର ପରିଚାଳନା କମିଟି ସମେତ ଶିକ୍ଷା କମିଟିର ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ ବୀର ଓ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

ଛାତ୍ରଛାତ୍ରୀ ମାନଙ୍କର ଉତ୍ସବ ଓ ଆନନ୍ଦ ନିମନ୍ତେ ଏହି ଅନୁଷ୍ଠାନର ସମ୍ପାଦକ ଶ୍ରୀ ଦଣ୍ଡାସି ସାହୁ ପ୍ରତ୍ୟେକ ଛାତ୍ର ଓ ଛାତ୍ରୀ ମାନଙ୍କୁ ମିଷ୍ଟାଣ୍ଣ ଓ ଆଲୋକ ବାଣ ପ୍ରଦାନ କରିଥିଲେ । ଏହି ଦୃଶ୍ୟ ଅତି ସୁନ୍ଦର ଓ ମନୋରମ ପରିବେଶ ଥିଲା ।

Exit mobile version