ବିଶ୍ବନାଥ ସ୍ବାଇଁ ସ୍ମୃତି ସଂସଦ ପକ୍ଷରୁ ମେଧାବୀ ପ୍ରତିଯୋଗିତା

୧୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ଇଚ୍ଛାପୁର ସ୍ଥିତ ସମାଜସେବୀ ସ୍ବର୍ଗତ ବିଶ୍ବନାଥ ସ୍ବାଇଁ ସ୍ମୃତି ସଂସଦ ପକ୍ଷରୁ ସ°ପାଦକ ପ୍ରମୋଦ କୁମାର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଆଜି ବିଭିନ୍ନ ଶିକ୍ଷାନୁଷ୍ଠାନ ର ଉତ୍ସାହୀ ବିଦ୍ୟାର୍ଥୀ ଙ୍କୁ ନେଇ ଉଭୟ କ୍ରୀଡା ଓ ଶୈକ୍ଷିକ ସ୍ତରରେ ବିଭିନ୍ନ ବିଭାଗରେ ମେଧାବୀ ଚୟନ ନିମନ୍ତେ ଏକ ମେଧାବୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଇଚ୍ଛାପୁର ସ୍ଥିତ ଦଶହରା ପଡ଼ିଆରେ କ୍ରୀଡା ପ୍ରତିଯୋଗିତା ଓ ସ୍ମୃତି ସଂସଦ ସଭାଗୃହ ରେ ଶୈକ୍ଷିକ ସ୍ତରରେ ପ୍ରତିଯୋଗିତା ଆୟୋଜନ ହୋଇଥିଲା ।

ଏଥିରେ ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ ର ଅଧ୍ୟୟନରତ ପ୍ରଥମରୁ ଦଶମ ଶ୍ରେଣୀ ଯାଏ ଛାତ୍ର ଛାତ୍ରୀ ମାନେଦୈ । ଡକୁଦ, ସାଇକେଲ ଚାଳନା, ବିଭିନ୍ନ କ୍ରୀଡା ତଥା ଶୈକ୍ଷିକ ସ୍ତରରେ ଚିତ୍ରାଙ୍କନ, ହସ୍ତାକ୍ଷର, ସାଧାରଣ ଜ୍ଞାନ, ତର୍କ,ପ୍ରବନ୍ଧ ଆଦି ଉପରେ ସିନିଅର,ଜୁନିଅର ଓ ସବ ଜୁନିଅର ସ୍ତରରେ ଭାଗ ନେଇ ଥିଲେ। ଏହି ପ୍ରତିଯୋଗିତା ରେ ଆମନ୍ତ୍ରିତ ବିଚାରକ ଭାବେ ଶିକ୍ଷାବିତ୍ ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ କୁମାର ଦାସ, ଗଞ୍ଜାମ,

ବିରିପୁରର ପୂର୍ଣ୍ଣ ଚନ୍ଦ୍ର ମର୍ଦ୍ଦରାଜ ସରକାରୀ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଣ୍ଡା, ଚିଲିକା ବ୍ଲକର ବିରିବାଡି ସ୍ଥିତ ଶ୍ରୀ ଲୋକନାଥ ଦେବ ମାନସିଂହ ହାଇସ୍କୁଲ ର ପ୍ରଧାନ ଶିକ୍ଷକ କୁନା ମହତ୍ତ୍ଵ, ନାଚୁଣୀ ର ଟ୍ବିଟି ବାର୍ଡ ଇଂଲିଶ ମିଡିଅମ ସ୍କୁଲ ର ଅଧ୍ୟକ୍ଷ ସୁରେଶ କୁମାର ଦାଶ, ସାମ୍ବାଦିକ ସ°ଗ୍ରାମ କୁମାର ରଣା, ଵର୍ଷାରାଣୀ ସ୍ବାଇଁ ଯୋଗ ଦେଇ ମୁଲ୍ୟାଙ୍କନ କରି ଶ୍ରେଷ୍ଠ ମେଧାବୀଙ୍କୁ ଚୟନ କରିଥିଲେ । ଶ୍ରେଷ୍ଠ ସୃଜନଶୀଳ ମେଧାବୀ ବିଦ୍ୟାର୍ଥୀ ଭାବେ ପ୍ରତ୍ୟୁଷ ଦାସ, ଓମ ପ୍ରକାଶ ପ୍ରଧାନ, ସୁମନ୍ତ କୁମାର ସ୍ବାଇଁ,ଜିଜ୍ଞାସା ପ୍ରିୟଦର୍ଶିନୀ ବରାଳ,

ଶର୍ମିଷ୍ଠା ସ୍ବାଇଁ, ବିଷ୍ଣୁ ପ୍ରତାପ ସ୍ବାଇଁ, ଶୁଭଶ୍ରୀ ଖୁଣ୍ଟିଆ, ବନ୍ଦନା ମହାନ୍ତି, ଵର୍ଷା ରାଣୀ ଖୁଣ୍ଟିଆ ଙ୍କୁ ଚୟନ କରାଯାଇଥିଲା । ଚଳିତ ମାସ ଆସନ୍ତା ୧୮ ତାରିଖ ରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱନାଥ ସ୍ବାଇଁ ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ୮ମ ବାର୍ଷିକ ଶ୍ରାଦ୍ଧ ବାର୍ଷିକୀ ଅବସରରେ କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରାଯିବ ବୋଲି ସ୍ମୃତି ସଂସଦ ପକ୍ଷରୁ ପ୍ରକାଶ । ଏଥିରେ ଶରତ କୁମାର ସ୍ବାଇଁ, ଆଲୋକ କୁମାର ଖୁଣ୍ଟିଆ, ପ୍ରବୀର ପ୍ରଧାନଙ୍କ ସହ ଅନ୍ୟାନ୍ୟ ଶିକ୍ଷା ଓ କ୍ରୀଡ଼ା ପ୍ରେମୀ ସହଯୋଗ କରିଥିଲେ ।

Exit mobile version