ନରାଜ ସ୍ଥିତ କାଠଯୋଡ଼ି ନଦୀରେ ପୁଅକୁ ବଞ୍ଚଇବାକୁ ଯାଇ ବାପାର ମୃତ୍ୟୁ

୧୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ନରାଜ ନିକଟରେ କାଠଯୋଡି ନଦୀର କୈବର୍ତ୍ତ ସାହି ନଦୀ ତୁଠରେ ଆଜି ସରୋଜ କୁମାର ସାହୁ , ଗାଧେଇବା ସମୟରେ ପୁଅ ପାଣିରେ ବୁଡ଼ି ଯିବା ଦେଖି ବଞ୍ଚେବାକୁ ଯାଇ ନିଜେ ବାପା ସରୋଜ ନଈ ପାଣି ସ୍ରୋତରେ ଭାସି ଯାଇ ପ୍ରାଣ ହରାଇଛନ୍ତି ।

ଏହି ଘଟଣା ଜଣିପଡିବା କ୍ଷଣି ନରାଜ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ଥାନୀୟ ଯୁବକଙ୍କ ସହାୟତାରେ ବାପା ସରୋଜ ଏବଂ ତାଙ୍କ ପୁଅକୁ ଉଦ୍ଧାର କରିଥିଲା ଡାକ୍ତରଖାନାକୁ ପଠାଇଥିଲେ । ଡାକ୍ତର ସରୋଜଙ୍କୁ ମୃତ ଘୋଷଣା କରିଥିଲେ l ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି l

ମୃତ ସରୋଜ ନରାଜ ତାପଜ ବିଦ୍ୟୁତ୍ ପ୍ରକଳ୍ପ ବିରୋଧୀ ଆନ୍ଦୋଳନ ତଥା ଚାଷଜମି ସୁରକ୍ଷା ପାଇଁ ଲଢ଼େଇର ଜଣେ ଆଗଧାଡିର ନେତା ଥିଲେ । ସେ ପରୋ ଉପକାରୀ,ସମାଜସେବୀ ଏବଂ କୃଷକ ନେତା ମଧ୍ୟ ଥିଲେ ତାଙ୍କର ଏହି ଅକାଳ ମୃତ୍ୟୁରେ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l

Exit mobile version