ସଡକ ଦୂର୍ଘଟଣାରେ କନେଷ୍ଟବଳ ଙ୍କ ମୃତ ଜଣେ ଗୁରୁତର

୧୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଅସନବଣୀ ନିକଟ ରେ ବାଇକ୍ ଓ ସାଇକେଲ ଆରୋହୀଙ୍କ ଧକ୍କା ରେ ରାଇରଙ୍ଗପୁର ଟାଉନ ଥାନା କାର୍ଯ୍ଯରତ କନେଷ୍ଟବଳ ଦାମୋଦର ନାଏକ ଙ୍କ ମୃତ୍ଯୁ ଘଟିଥିଲା । ସୂଚନା ଅନୁଯାଇ ମୃତକ କନେଷ୍ଟବଳ ବାରିପଦା ରେ ପରିକ୍ଷା ଦେଇ ରାଇରଙ୍ଗପୁର କୁ ଫେରୁଥିବା ବେଳେ ଅସନଣୀ ନିକଟ ରୁ କିଛି ମହିଳା ଶ୍ରମିକମାନେ

ରାସ୍ତା ପାର ହେଉଥିବା ବେଳେ ଜଣେ ମହିଳା ଶ୍ରମିକ ସାଇକେଲ ଧରି ପାରି ହେଉଥିବା ସମୟରେ ବାଇକ୍ କୁ ଆଗପଛ ହେବାରୁ ବାଇକ୍ ସହ ସାଇକେଲ ର ଧକ୍କା ହୋଇଥିଲା । ଯାହା ଫଳରେ ବାଇକ୍ ଆରୋହୀ ଗାଡିରୁ ଛିଟିକି ପଡି ମୁଣ୍ଡ ରେ ଆଘାତ ହେବାରୁ ତାଙ୍କୁ ରାଇରଙ୍ଗପୁର ଡାକ୍ତର ଖାନା କୁ ଅଣାଯାଇଥିଲା ।

ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ମହିଳା ଜଣକ ରାଇରଙ୍ଗପୁର ଡାକ୍ତର ଖାନାରେ ଚିକିତ୍ସାଧିନ ଅଛନ୍ତି । ଘଟଣା ପରେ ରାଇରଙ୍ଗପୁର ପୋଲିସ ପ୍ରଶାସନ ବିଭାଗ ର ଏସଡିପିଓ , ରାଇରଙ୍ଗପୁର ଆଇ ଆଇସି ଓ ପୋଲିସ କର୍ମଚାରୀ ଉପସ୍ଥିତ ଥଲେ ।

ଖବର ପାଇ ମୃତକ କନେଷ୍ଟବଳ ପରିବାର ଲୋକେ ପହଞ୍ଚିଥିଲେ । ମୃତକ ଙ୍କ ଘର ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ୍ର ର ତେଣ୍ଟପୋଷି ବୋଲି ଜଣାପଡିଥିଲା , ମୃତକ ଗୋଟିଏ ସନ୍ତାନ ର ପିତା ଥଲେ ବିଶେଷ ସୂତ୍ର ରୁ ପ୍ରକାଶ ।

Exit mobile version