ରାଇରଙ୍ଗପୁର ରେ ଧନ୍ଵନ୍ତରୀ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି

୧ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> କାଶୀରାଜ ବୈଦ୍ୟସଂଘ, ବାମନଘାଟୀ ପକ୍ଷରୁ ଭଗବାନ ଧନ୍ଵନ୍ତରୀଙ୍କ ଜୟନ୍ତୀ ସ୍ଥାନୀୟ କୁଡୁମୀ ଭବନ ଠାରେ ପାଳିତ ହୋଇଯାଇଛି। ଭଗବାନ ଧନ୍ଵନ୍ତରୀଙ୍କ ପୂଜାର୍ଚ୍ଚନା କରାଯିବା ସହିତ ଜୟନ୍ତୀ ସଭାରେ ସଭାପତିତ୍ୱ କରିଥିଲେ ସଂଘର ପ୍ରତିଷ୍ଠାତା ସଂପାଦକ ବୈଦ୍ୟ ଯୁଗଳ କିଶୋର ମହାନ୍ତ, ମୁଖ୍ୟ ଅତିଥି ଭାବେ ବାଦାମପାହାଡ ବନାଞ୍ଚଳ ଅଧିକାରୀ ରମାକାନ୍ତ ମାଝୀ ଯୋଗଦେଇ ଆୟୁର୍ବେଦ ଚିକିତ୍ସା ମନୁଷ୍ୟ କୁ ବରଦାନ ବୋଲି କହିଥିଲେ ।

ମୁଖ୍ୟ ବକ୍ତା ସଂଘର ଉପଦେଷ୍ଟା ସ୍ତମ୍ଭକାର ଲଳିତ ମହାନ୍ତ, ଦେବତାଙ୍କ ବୈଦ୍ୟ ଭଗବାନ ଧନ୍ଵନ୍ତରୀଙ୍କ ପୂଜାଦ୍ୱାରା ଆରୋଗ୍ୟ, ଶୁଭପ୍ରାପ୍ତି ହୁଏ ଏବଂ ସଂସାରରେ ଚିକିତ୍ସା ବିଜ୍ଞାନର ବିସ୍ତାର ଓ ପ୍ରସାର ପାଇଁ ସେ ଅବତାର ନେଇଥିଲେ ବୋଲି ଉଲ୍ଲେଖ କରିଥିଲେ। ଉପସଭାପତି ମଦନ ଦାସ ଓ କାର୍ଯକାରୀ ସଭାପତି ପ୍ରଶାନ୍ତ ନିଳୟ ମହାକୁଡ଼ ଏହି ଅବସରରେ ବକ୍ତବ୍ୟ ପ୍ରଦାନ କରିଥିବାବେଳେ, ସମ୍ପାଦକ ସୁଧୀର ସେଠୀ ବିବରଣୀ ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମ ପରିଚାଳନାରେ ବୈଦ୍ୟ ରାମେଶ୍ୱର ସାହୁ, ବିଭୀଷଣ ମହାନ୍ତ, ଶ୍ରୀମତୀ ପାଓଁରୋ ବେହେରା, ଭୀମ ମହାକୁଡ଼, ଅନିଲ ମହାନ୍ତ, ଚନ୍ଦନ ପାତ୍ର, ଫଗୁରାମ ମାଝୀ ଓ ମନୋରଞ୍ଜନ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ବୈଦ୍ୟ ତାପସ କୁମାର ମହାନ୍ତ ଧନ୍ୟବାଦ ଦେଇଥିଲେ ।

Exit mobile version